ମୋହନା : ମୋହନା ପୁଲିସକୁ ମିଳିଛି ବଡ଼ ସଫଳତା । ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆର୍ ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ ଓ ମୋହନା ଆଇଆଇସି ସୁଜିତ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ସୋମବାର ଦିନ ସ୍ଥାନୀୟ ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟ କମଳାପୁର ନାକା ଛକଠାରେ ଥାନା ଅଧିକାରୀ ଓ କର୍ମଚାରୀମାନେ ପାଟ୍ରୋଲିଙ୍ଗ କରୁଥିବା ବେଳେ ଏକ ବୋଲେରୋ ପିକ୍ ଅପ ଗାଡ଼ି ମଧ୍ୟରୁ ୫ଟି ଜରି ବସ୍ତାରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ମୋହନା ତହସିଲଦାର ତଥା ଏଗଜିଟିଭ ମାଜିଷ୍ଟ୍ରେଟ କଲ୍ୟାଣୀ ସଙ୍ଘମିତ୍ରା ଦେବୀଙ୍କ ଉପସ୍ଥିତିରେ ସମୁଦାୟ ଗଞ୍ଜେଇ ବସ୍ତାକୁ ଓଜନ କରିବାରୁ ୧୪୯ କିଲୋ ୭୦୦ଗ୍ରାମ ହୋଇଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ ୮ ଲକ୍ଷ ଟଙ୍କା ହେବ । ଗାଡ଼ି ଚାଳକ ବିହାର ରାଜ୍ୟ ବୈଶାଳୀ ଜିଲ୍ଲା ଚାନ୍ଦପୁରା ଗ୍ରାମର ରମ୍ପିକୁମାର ଯାଦବ(୨୦) । ସେ ରାଇପଙ୍କା ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ପାଟଣା ଚାଲାଣ କରୁଥିଲା ।
Popular Categories



