www.samajalive.in
Sunday, December 14, 2025
16.1 C
Bhubaneswar

ନିମ୍ନମାନର ରାସ୍ତାକାମକୁ ନେଇ ବିଜେପି ବିଜେଡି ମଧ୍ୟରେ ଟଣାଓଟରା, ଥାନାରେ ମାମଲା 

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ସଙ୍କୁଲୋଇଠାରୁ ସୁରୁଣ୍ଡି ପର୍ଯ୍ୟନ୍ତ ରାସ୍ତାକାମକୁ ନେଇ ବିଜେଡି ଓ ବଜେପି ମଧ୍ୟରେ ଟଣାଓଟରା ଆରମ୍ଭ ହୋଇ ମାମଲା ଥାନାରେ ପହଞ୍ଚି ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ, ଏହି ରାସ୍ତାକାମ ନିମ୍ନମାନର କରାଯାଉଥିବା ଅଭିଯୋଗ ପାଇବାପରେ ବିଜେପି ଯୁବମୋର୍ଚ୍ଚାର ହରଭଙ୍ଗା ମଣ୍ଡଳ ସଭାପତି ଅରୂପା ଦୀପ ସେଠାରେ ପହଞ୍ଚିଥିଲେ। ବିନା ଭାଇବ୍ରେଟରରେ ନିମ୍ନମାନର ରାସ୍ତାକାମ ହେଉଥିବା ଓ ଶ୍ରମିକମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ପ୍ରଦାନ କରାଯାଉନଥିବା ସେ ପଚାରି ବୁଝିଥିଲେ। ଶ୍ରୀ ଦୀପ ସେଠାରୁ ଫେରିବା ପରେ ହରଭଙ୍ଗାର ପୂର୍ବତନ ସରପଂଚ ତଥା ଜଣାଶୁଣା ବିଜେଡି ନେତା ସୁବୋଧ କୁମାର ପ୍ରଧାନ ଅରୂପାଙ୍କୁ ଫୋନରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ହରଭଙ୍ଗା ଥାନାରେ ଅଭିଯୋଗ ହୋଇଛି। ପୂର୍ବରୁ ତାଙ୍କ ପ୍ରତି ଆକ୍ରୋଶ ରହିଥିବା ଯୋଗୁଁ ତାଙ୍କର ଓ ପରିବାରର ଜୀବନ ପ୍ରତି ବିଜେଡି ନେତାଙ୍କ ପକ୍ଷରୁ ଭୟ ରହିଥିବାରୁ ସେ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଇଛନ୍ତି। ଅପରପକ୍ଷରେ ରାସ୍ତାକାମ ଚାଲିଥିବାବେଳେ ଅରୂପା ସେଠାରେ ପହଂଚି ଚାନ୍ଦା ମାଗିବା ମିମ୍ନମାନର କାମ କହି ଫଟୋ ଭାଇରାଲ ପାଇଁ ଧମକ ଦେଇଥିବା ନେଇ ଠିକାଦାରଙ୍କ ମୁନସୀ ଦିଲ୍ଲିପ କୁମାର ସାହୁଙ୍କ ପକ୍ଷରୁ ହରଭଙ୍ଗା ଥାନାରେ ଅଭିଯୋଗ କରାଯାଇଛି। ଏନେଇ ହରଭଙ୍ଗା ପୋଲିସ ପକ୍ଷରୁ ଉଭୟ ମାମଲାରେ ଦୁଇଟି ପୃଥକ ମୋକଦ୍ଦମା ରୁଜୁ କରାଯାଇଥିବା ଜଣାଯାଇଛି। ତେବେ ମଙ୍ଗଳବାର ସନ୍ଧ୍ୟାରେ ବିଜେପିର ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଏସପି ଭି.ରଘୁନାଥ ରାଓଙ୍କୁ ସାକ୍ଷାତ କରି ଦୁର୍ନୀତି ବିରୋଧରେ ସ୍ୱର ଉତ୍ତେଳନ କରି ଜିଲ୍ଳାରେ ଜଣେ ବିଜେପି କର୍ମୀଙ୍କ ହତ୍ୟା ହୋଇସାରିଥିବାବେଳେ ଯୁବମୋର୍ଚ୍ଚା ହରଭଙ୍ଗା ମଣ୍ଡଳ ସଭାପତି ଶ୍ରୀ ଦୀପଙ୍କ ସୁରକ୍ଷା ଦୃଷ୍ଟିରୁ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories