ଫୁଲବାଣୀ: ଫିରିଙ୍ଗିଆ ପୁଲିସ୍ ଗତକାଲି ଚଢାଉ କରି ଏକ କାର ସହ ୧୦୨ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଥାନାଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ସୂଚନା ଅନୁଯାୟୀ ଏକ ମାରୁତି ସୁଜୁକି କାରରେ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସର ଏକ ଟିମ୍ ମାଝିପଡା ଠାରେ ଚଢାଉ କରିଥିଲା। ଚଢାଉ ବେଳେ କାରରୁ ୧୦୨ କେଜି ଗଞ୍ଜେଇ ମିଳିଥିଲା। ପୁଲିସ କାର ସହ ଗଞ୍ଜେଇ ଜବତ କରିବା ସହ କାର ଡ୍ରାଇଭର ସାଡିଙ୍ଗିଆ ପଂଚାୟତ ଅନ୍ତର୍ଗତ ଲେଣ୍ଡ୍ରିଗାଁର ଅନାମିକା ଦିଗାଲ(୨୯)କୁ ଗିରଫ କରିଥିଲା। ଅଭିଯୁକ୍ତ ବିରୋଧରେ ଏନଡିପିଏସ ଆକ୍ଟରେ ମାମଲା ନଂ ୭୮/୨୦୨୦ ରୁଜୁ କରି ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି।
Popular Categories



