www.samajalive.in
Sunday, December 7, 2025
16.1 C
Bhubaneswar

ବିଶ୍ୱକର୍ମା ପୂଜା ଅବସରରେ ବରିଷ୍ଠ ରାଜମିସ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ପିପିଲି: ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଡାଲମିଆ ସିମେଣ୍ଟ ଭାରତ ଲିଃ କମ୍ପାନୀ ପକ୍ଷରୁ ପିପିଲି ଅଞ୍ଚଳର ବରିଷ୍ଠ ରାଜମିସ୍ତ୍ରୀ ସାଗର ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଡାଲମିଆ କମ୍ପାନୀର ଯନ୍ତ୍ରୀ ସୌମ୍ୟରଞ୍ଜନ ଦାଶ, ସୌମ୍ୟରଞ୍ଜନ ନାୟକ, ରାଜେଶ ବିଶ୍ୱାଳ ଓ ସେଲ୍ସ ଅଫିସର ଅମରେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ପୋପରଙ୍ଗା ଗ୍ରାମକୁ ଯାଇ ଶ୍ରୀମାଝୀଙ୍କୁ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ୧୯୭୮ ମସିହାରୁ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଶ୍ରୀମାଝୀ ନିଜର ୪୨ ବର୍ଷର ସଂଘର୍ଷମୟ ଜୀବନ ଓ ସଫଳତା ସଂପର୍କରେ ପ୍ରକାଶ କରିଥିଲେ। ସରକାରଙ୍କ କୋଭିଡ୍‍ ଗାଇଡ୍‍ଲାଇନ ପାଳନ ପୂର୍ବକ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ସିଦ୍ଧେଶ୍ବର ଦେବ ରାଜମିସ୍ତ୍ରୀ ସଂଘର ଉପଦେଷ୍ଠା ଶଶାଙ୍କ ଶେଖର ମହାନ୍ତି, ସଭାପତି ମହେନ୍ଦ୍ର କୁମାର ମାଝୀ, ସଂପାଦକ ବିନୋଦ ବେହେରା, କୋଷାଧ୍ୟକ୍ଷ ପର୍ଶୁରାମ ସେଠୀ, ବରିଷ୍ଠ ସଦସ୍ୟ ସତ୍ୟଶିବ ଉଦଣ୍ଡରାୟ, ଧିରେନ୍ଦ୍ର ସ୍ୱାଇଁ, ବଟକୃଷ୍ଣ ସ୍ୱାଇଁ, ତ୍ରିନାଥ ମାଝୀ, ରମେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories