www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରେସ୍‍ ଲେଖାଥିବା କାରରୁ ଗଞ୍ଜେଇ ଓ ଟଙ୍କା ଜବତ, ୫ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଗୋଛାପଡା ଥାନା ପୁଲିସ୍‍ ପ୍ରେସ୍‍ ଲେଖାଥିବା ଏକ କାରରୁ ବିପୁଳ ଗଞ୍ଜେଇ ଜବତ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସଦର ପୁଲିସ୍‍ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ଦ୍ୱାରା ସାମ୍ବାଦିକ ସମ୍ମଳିନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ ମଙ୍ଗଳବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଛାପଡା ପୁଲିସ୍‍ ସଲାଗୁଡା ନିକଟରେ ପ୍ରେସ ଲେଖା ହୋଇଥିବା ଏକ ଡିଜାୟାର କାର ଉପରେ ଚଢାଉ କରିଥିଲା।

ଚଢାଉ ବେଳେ କାରରୁ ୧୦୨ କେଜି ଗଞ୍ଜେଇ ସହ ୧ ଲକ୍ଷ ୪୭ ହଜାର ଟଙ୍କା ଏବଂ ଏକ ଗଣମାଧ୍ୟମର ବୁମ୍‍ ମିଳିଥିଲା। ପୁଲିସ୍‍ କାର ସହ ଗଞ୍ଜେଇ, ଟଙ୍କା ଓ ବୁମକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ଛତିଶଗଡ ଅଂଚଳର କ୍ରୀଷ୍ଣା ଚୌହାନ, ଅର୍ଜୁନ ଯାଦବ, ପରମାନନ୍ଦ ଯାଦବ, ଷ୍ଟିଫାନ ଟିଗ ଏବଂ ସଲାଗୁଡାର ଆଦାମ ଦିଗାଲ। ସେମାନଙ୍କୁ ଜେରାବେଳେ ଗଞ୍ଜେଇ ଗୋଛାପଡା ଅଂଚଳରୁ ବୌଦ୍ଧ ଜିଲ୍ଲାର କଂଟାମାଳ ଦେଇ ଛତିଶଗଡକୁ ଚାଲାଣ ହେଉଥିଲା। ଏନେଇ ଗୋଛାପଡା ଥାନାରେ ଏନଡିପିଏସ ଆକ୍ଟରେ ୪୭/୧୮.୮.୨୦୨୦ ନଂରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories