www.samajalive.in
Sunday, December 7, 2025
16.1 C
Bhubaneswar

ଭିଜିଲାନ୍ସ ଅଧିକାରୀ ତାଜୁବ୍: ରେଞ୍ଜରଙ୍କ ଘରେ ଆୟର ୫୦୦% ଅଧିକ ସମ୍ପତ୍ତି

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭି​‌ଯୋଗରେ ଅବସରପ୍ରାପ୍ତ ଫରେଷ୍ଟ ରେଞ୍ଜ ଅଧିକାରୀ ଅଭୟ କୁମାର ଜେନାଙ୍କୁ ଭିଜିଲାନ୍ସ ଗିରଫ କରିଛି।  ଚଢଉ ସମୟରେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ୪ କୋଟି ୩୭ଲକ୍ଷ ୭୯ ହଜାର ୯୫୦ ଟଙ୍କା ଆକଳନ କରାଯାଇଥିଲା। ମାତ୍ର ଯାଞ୍ଚ ପ୍ରକ୍ରିୟା ଶେଷରେ ଏହାର ପରିମାଣ ୪ କୋଟି ୬୨ଲକ୍ଷ ୯୨ ହଜାର ୧୬୫ଟଙ୍କା ଆକଳନ କରିଛି ଭିଜିଲାନ୍ସ । ଚଢ଼ଉ କରିଥିବା ଅଧିକାରୀମାନେ ଶ୍ରୀ ଜେନାଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛନ୍ତି । ତାଙ୍କର ଜୀବନକାଳର ମୋଟ ଆୟଠାରୁ ଜବତ ସମ୍ପତ୍ତି ୫୦୦% ଅଧିକ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି ।

ଶ୍ରୀ ଜେନାଙ୍କର ଭୁବନେଶ୍ବରରେ ତିନିମହଲା ଓ କଟକରେ ଦୁଇମହଲା କୋଠା, ଭୁବନେଶ୍ବର, ବାରଙ୍ଗ ଓ ଜଟଣୀରେ ୯ଟି ପ୍ଲଟ, ବିଭିନ୍ନ ବ୍ୟାଙ୍କରେ ଜମା ଆକାରରେ ୫୬ଲକ୍ଷ ୮ହଜାର ୪୭୩ଟଙ୍କା, ଦୁଇଟି କାର, ଗୋଟିଏ ଦୁଇଚକିଆ ଯାନ, ସୁନା ଓ ରୂପା ଅଳଙ୍କାର, ନଗଦ ଟଙ୍କା ସମେତ ଦାମୀ ଗୃହୋପକରଣ ଥିବା ଜଣାପଡିଥିଲା। ୨୦୦୦ ମସିହା ଜାନୁୟାରୀରୁ ୨୦୨୦ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇଥିଲା।

- Advertisement -

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories