www.samajalive.in
Monday, December 8, 2025
14.1 C
Bhubaneswar

୧୦୪ କି.ଗ୍ରା ଗଞ୍ଜେଇ ସହ କାର୍ ଜବତ : ୨ ଗିରଫ

ବାଲିଗୁଡା : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ପୁଲିସ ଶୁକ୍ରବାର ୧୦୪ କି.ଗ୍ରା ଗଞ୍ଜେଇ କରିଛି। ରାୟଗଡା ପଟରୁ ଗଞ୍ଜେଇ ଚାଲାଣ ​ ନେଇ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇବା ପରେ, ବାଲିଗୁଡା ଏସଡିପିଓ, ତୁମୁଡିବନ୍ଧ ପୁଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତୁମୁଡିବନ୍ଧ ପୁଲିସ ଏସଆଇ ଜୟନ୍ତ ସେଠୀଙ୍କ ନେତୃତ୍ୱରେ କାଳିସିପଦର ଛକ ନିକଟରେ ଯାଞ୍ଚ କରିବା ସମୟରେ ଗଞ୍ଜେଇ ଚାଲାଣ କରୁଥିବା ଏକ କାର୍ ଜବତ କରିଥିଲେ। ସେଥିରୁ ୧୦୪ କି.ଗ୍ରା ଗଞ୍ଜେଇ ଜବତ କରାଯାଇଛି। ଏହି କାରବାରରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଦ୍ବୟ ହେଲେ ଅଜୟ ସିଂହ(୨୦) ଏବଂ ନଜିମ ଶାହା(୨୧)। ତୁମୁଡିବନ୍ଧ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି ଓ ଥାନା ଅଧିକାରୀ ବାବା ଶଙ୍କର ସରାଫ ଏହାର ତଦନ୍ତ ଚଳାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories