ବ୍ରହ୍ମପୁର : ରାଜ୍ୟରେ ଗତ କିଛି ଦିନ ମଧ୍ୟରେ ଗଞ୍ଜେଇ ଚୋରା ଚାଲାଣ ରାକେଟ ସକ୍ରିୟ ହେଉଥିବା ଦେଖାଦେଇଛି। ଅବକାରୀ ବିଭାଗ ଦ୍ୱାରା ୫୫ ଲକ୍ଷର ଗଞ୍ଜେଇ ଜବତ ହୋଇଛି। ନଡ଼ିଆ କତା ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ ଏହା ଜବତ ହୋଇଛି। ଟ୍ରକ ସହ ଗୋଟିଏ କାର ଓ ଭ୍ୟାନରେ ବି ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି। ୧୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ ସହ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ଗଜପତି ଜିଲାରୁ ଉତ୍ତରାଖଣ୍ଡକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ସମୟରେ ଏହା ଜବତ ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
Popular Categories



