www.samajalive.in
Monday, December 8, 2025
24.1 C
Bhubaneswar

ଆଜି ୱେଷ୍ଟର୍ଣ୍ଣ ଡେଡିକେଟେଡ୍‍ ଫ୍ରେଟ୍‍ କରିଡ଼ରର ନ୍ୟୁ ରେୱାରୀ-ନ୍ୟୁ ମଦାର ଭାଗକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୱେଷ୍ଟର୍ଣ୍ଣ ଡେଡିକେଟେଡ୍‍ ଫ୍ରେଟ୍‍ କରିଡ଼ରର ନ୍ୟୁ ରେୱାରୀ-ନ୍ୟୁ ମଦାର ସେକ୍‍ସନ୍‍କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ପୂର୍ବାହ୍ନ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍‍ ମୋଡରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନ୍ୟୁ ରେୱାରୀ-ନ୍ୟୁ ମଦାର୍‍ ସେକ୍‍ସନ୍‍ ୩୦୬ କିଲୋମିଟର ଦୀର୍ଘ, ଯେଉଁଥିରେ ୭୯କିଲୋମିଟର ରେଳପଥ ରହିଛି।

ହରିଆଣାରେ ଅବସ୍ଥିତ ୱେଷ୍ଟର୍ଣ୍ଣ ଡେଡିକେଟେଡ୍‍ ଫ୍ରେଟ୍‍ କରିଡ଼ରରେ ଥିବା ୨୨୭ କିଲୋମିଟର ଲମ୍ବ ରାସ୍ତା ରାଜସ୍ଥାନର ଜୟପୁର, ଆଜମେର୍‍, ସିକର୍‍, ନାଗାଉର ଏବଂ ଅଲୱର୍‍ ଜିଲ୍ଲାରେ ଅଛି। ଏଥିରେ ୯ଟି ଡି.ଏଫ୍‍.ସି. ଷ୍ଟେସନ୍‍ ଏବଂ ୬ଟି କ୍ରସିଂ ଷ୍ଟେସନ୍‍ ରହିଛି। ଏହା କାର୍ଯ୍ୟକ୍ଷମ ହେବା ଫଳରେ ରାଜସ୍ଥାନ ଓ ହରିଆଣାର ରେୱାରୀ, ମାଣେସର, ନରନାଉଲ, ଫୁଲେରା ଏବଂ କିଶନଗଡ଼ ଅଞ୍ଚଳର ଶିଳ୍ପସଂସ୍ଥା ଗୁଡ଼ିକ ବିଶେଷ ଉପକୃତ ହେବେ। ଅନ୍ୟ ପକ୍ଷରେ ଏହା ପଶ୍ଚିମ ଉପକୂଳର ୪ଟି ବନ୍ଦର ସହ ନିରନ୍ତର ଯୋଗାଯୋଗ ସୁବିଧା ଯୋଗାଇ ଦେବ।

- Advertisement -

ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ବିଶ୍ୱର ପ୍ରଥମ ଦୁଇଥାକିଆ ଲଙ୍ଗ୍‍ ହାଉଲ୍‍ କଣ୍ଟେନର ଟ୍ରେନ୍‍ ଚଳାଚଳର ଶୁଭାରମ୍ଭ କରିବେ। ଦେଢ଼ କିଲୋମିଟର ଲମ୍ବ ବିଶିଷ୍ଟ ଏହି ଟ୍ରେନ୍‍କୁ ଉଚ୍ଚ ଶକ୍ତିସମ୍ପନ୍ନ ବିଜୁଳି ଇଞ୍ଜିନ୍‍ ଦ୍ୱାରା କାର୍ଯ୍ୟକ୍ଷମ କରାଯିବ। ଏହି ଟ୍ରେନରେ ୫୯ରୁ ଅଧିକ ୱାଗନ୍‍ ଖଞ୍ଜାଯାଇଛି। ଏହି କଣ୍ଟେନର୍‍ ସେବା ଆରମ୍ଭ ହେବା ଫଳରେ ପ୍ରତ୍ୟେକ ୱାଗନ୍‍ର ସର୍ବାଧିକ ବୋଝେଇ ପରିମାଣ ୨୫ ଟନ୍‍କୁ ବୃଦ୍ଧି ପାଇବ। ଅନ୍ୟ ପକ୍ଷରେ ୱେଷ୍ଟର୍ଣ୍ଣ ଡେଡିକେଟେଡ୍‍ ଫ୍ରେଟ୍‍ କରିଡ଼ରରେ ବର୍ତ୍ତମାନ ଚଳାଚଳ କରୁଥିବା ମାଲଗାଡ଼ି ଠାରୁ ୪ ଗୁଣ ଅଧିକ ସାମଗ୍ରୀ ପରିବହନ କରିବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories