www.samajalive.in
Saturday, December 6, 2025
26.1 C
Bhubaneswar

ସାତବର୍ଷ ହେଲା ବନ୍ଦ ପଡ଼ିଛି ୭୦ ବର୍ଷର ହାଟ, ଆନ୍ଧ୍ର ଜାଗାରେ ଓଡ଼ିଶା ବେପାର

ଜେମାଦେଇପେଣ୍ଠ: ରାଜନୈତିକ ଇଛାଶକ୍ତି ଓ ପ୍ରଶାସନର ଆନ୍ତରିକତା ଅଭାବରୁ ଆଜି ଦୀର୍ଘ ୭୦ ବର୍ଷର ହାଟ (ଶେଷଖାଲ ହାଟ)ଟି ପରୋକ୍ଷରେ ଆନ୍ଧ୍ର ବ୍ୟବସାୟୀଙ୍କ ହାତକୁ ଚାଲିଯାଇଛି। ବ୍ୟବସାୟିକ ଗୋଟି ଚାଳନାରେ ସିଦ୍ଧହସ୍ତ ଆନ୍ଧ୍ର ବ୍ୟବସାୟୀ ଆଜି ଏହି ହାଟଟିକୁ ନେଇପାରି ନ ଥିଲେ ମଧ୍ୟ ହାଟ ବନ୍ଦ ହୋଇଯିବା ପରେ ଏଠାକାର ବ୍ୟବସାୟୀଙ୍କୁ ନିଜ କୋଳକୁ ଟାଣି ନେବାରେ ସକ୍ଷମ ହୋଇଛି। ଏପରିକି ଏହାଦ୍ବାରା ସେଠାକାର ବ୍ୟବସାୟୀ ନିଜର ପକେଟ୍ ଗରମ୍ କରିବା ସଙ୍ଗେ ସଙ୍ଗେ ପ୍ରଶାସନର ରାଜକୋଷ ଭରିବାରେ ସହାୟକ ହୋଇଛନ୍ତି। ଫଳରେ ନାଚାର ରାୟଗଡ଼ା ଜିଲା ପ୍ରଶାସନ ଉପାୟଶୂନ୍ୟ ହୋଇ ଅବସ୍ଥା ଭୋଗୁଛି। ତତ୍କାଳୀନ ବିଧାୟକ ଯୋଗୀ ତାଡ଼ିଙ୍ଗ ତଥା ଜିଲା ପ୍ରଶାସନର ମିଳିତ ଉଦ୍ୟମରେ ରାୟଗଡ଼ା ସଦର ବ୍ଲକରେ ଥିବା କୁଣ୍ଡମ ଓ ଶେଷଖାଲ ପଞ୍ଚାୟତରେ ଏକ ସାପ୍ତାହିକ ହାଟ ବସାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଆଖପାଖରେ ଥିବା ୮ଖଣ୍ଡ ପଞ୍ଚାୟତ ଚାଷୀ ନିଜର ଉତ୍ପାଦିତ ଦ୍ରବ୍ୟକୁ ବଜାରକୁ ଆଣିବା ଏବଂ ପ୍ରାୟ ୬୦ଖଣ୍ଡ ଗାଁର ବାସ କରୁଥିବା ଆଦିବାସୀଙ୍କର ଆର୍ଥିକ ଅଭିବୃଦ୍ଧିରେ ଉନ୍ନତି ଘଟିବ। ଏ ନିଷ୍ପତ୍ତିକୁ ସାକାର କରିବା ପାଇଁ ଶେଷଖାଲ ହାଟ ଆରମ୍ଭ କରାଗଲାା ଖାଲି ସ୍ଥାନୀୟ ଅଞ୍ଚଳ କାହିଁକି ପଡେ଼ାଶୀ ଆନ୍ଧ୍ରର ପାର୍ବତୀପୁରମ୍, ରାମଭଦ୍ରପୁରମ୍ ଓ କୁନେର୍ ଅଞ୍ଚଳର ବ୍ୟବସାୟୀ ଏହି ହାଟକୁ ଆସିବାକୁ ଲାଗିଲେ। ବ୍ୟବସାୟୀ ସ୍ଥାନୀୟ ହାଟରୁ ତେନ୍ତୁଳି, ଆମ୍ବ , ସୀତା ଫଳ, ପନିପରିବା ଓ ଅନେକ ଜଙ୍ଗଲଜାତ ଦ୍ରବ୍ୟକୁ ବହୁ କମ୍ ଦାମରେ କିଣି ଆନ୍ଧ୍ର ବଜାରରେ ବିକ୍ରି କଲେ। ଫଳରେ ଶେଷଖାଲ ହାଟର ଚାହିଦା ଦିନକୁ ଦିନ ବୃଦ୍ଧି ପାଇଲା। ପ୍ରବଳ ଲୋକ ସମାଗମ ଯୋଗୁଁ ପ୍ରଶାସନ ମଧ୍ୟ ଅପହଞ୍ଚ ଇଲାକାକୁ ଯାଇ ନପାରି ଏହି ହାଟରେ ବାର୍ଦ୍ଧକ୍ୟଭତ୍ତା ସାଙ୍ଗକୁ ଅନ୍ୟ ସରକାରୀ ସୁବିଧା ଯୋଗାଇଦେଲା। ଫଳରେ ଶେଷଖାଲ ପଞ୍ଚାୟତଟି ଶେଷରେ ହାଟଶେଷଖାଲ ପଞ୍ଚାୟତ ନାମରେ ସରକାରୀ କାଗଜପତ୍ରରେ ଲିପିବଦ୍ଧ ହେଲା। ହାଟ ପାଇଁ ସୀମାନ୍ତ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିକୁ ପଡେ଼ାଶୀ ଆନ୍ଧ୍ର ଅଞ୍ଚଳର କିଛି ଚତୁର ବ୍ୟବସାୟୀ ସହଜରେ ଗ୍ରହଣ କରିପାରିଲେ ନାହିଁ । ଫଳରେ ସମସ୍ତ କଳ ବଳ କୌଶଳ ଖଟାଇ ସୀମାନ୍ତ କେରେଡ଼ାଠାରୁ ମାତ୍ର ଅଳ୍ପ କିଛି ଦୂରରେ କୁନେରୁରେ ସାପ୍ତାହିକ ହାଟ ପ୍ରତିଷ୍ଠା କଲେ, ଯାହାକି ଅଦ୍ୟାବଧି ଆନ୍ଧ୍ର ପ୍ରଶାସନ ମାନଚିତ୍ରରେ କିମ୍ବା ପ୍ରଶାସନପକ୍ଷରୁ କିଛି ଲିଖିତ ତଥ୍ୟ ନାହିଁ । ପୂର୍ବରୁ ଆନ୍ଧ୍ର ସରକାରଙ୍କ ଦ୍ବାରା ପରିବହନ ଓ ରପ୍ତାନି ପାଇଁ ଉଦ୍ଦିଷ୍ଟ ଏକ ଜାଗାକୁ ଅନାୟାସରେ ହାଟର ନାମ ଦେଇଦେଲେ। ଫଳରେ ଗୋମାଂସ, ଘୁଷୁରୀ ମାଂସ ଓ ଦେଶୀ ମଦଠାରୁ ଆରମ୍ଭ କରି ଯାବତୀୟ ଜିନିଷ ଏଠାରେ ମିଳିଲା। ସବୁ ପ୍ରକାର ମୌଳିକ ସୁବିଧା ଯୋଗାଇବାରେ ସକ୍ଷମ ପୁଣି ଜାତୀୟ ରାଜପଥ ଉପରେ ଏହି ହାଟଥିବାରୁ ଗମନାଗମନ ଦୃଷ୍ଟିରୁ ଲୋକେ ଏହି ହାଟ ଉପରେ ନିର୍ଭରଶୀଳ ହେଲେ। ଗାଜିଗାଁ ସାପ୍ତାହିକ ହାଟକୁ ଛାଡ଼ି ଅନ୍ୟ ସାତଟି ପଞ୍ଚାୟତରେ ହାଟ ନ ଥିବାରୁ ଲୋକେ କୁନେରୁ ହାଟ ମୁହାଁ ହେଲେ। ଫଳରେ ଓଡିଶାବାସୀଙ୍କ ପାଇଁ ଏହି ହାଟର ଚାହିଦା ବୃଦ୍ଧି ପାଇଲା। ଆଗରୁ ଆନ୍ଧ୍ର ପ୍ରଶାସନପକ୍ଷରୁ ଓଡ଼ିଶା ବେପାରୀଙ୍କଠାରୁ ଅସୁଲି ବାବଦରେ ଅର୍ଥ ଆଦାୟ କରାଯାଉଥିଲା, କିନ୍ତୁ ବ୍ୟବସାୟୀଙ୍କ ବିରୋଧ ଯୋଗୁଁ ଆଦାୟ ବନ୍ଦ ରହିଛି । ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷରେ ଏହି ହାଟଟି ପଡ଼ିଶାର ରାଜସ୍ବ ବଢ଼ାଇବାରେ ସହାୟକ ହେଉଥିବାବେଳେ ୭୦ ବର୍ଷର ହାଟ ସାତବର୍ଷ ହେଲା ବନ୍ଦ ହୋଇପଡ଼ି ରହିଛି। ଏ ବିଷୟରେ ବିଡିଓ ରାଜେନ୍ଦ୍ରକୁମାର ମାଝିଙ୍କୁ ପଚାରିବାରୁ ସେ କହିଲେ କିଛି ବୈଷୟିକ ସମସ୍ୟା ପାଇଁ ଶେଷଖାଲ ହାଟ ଉପରେ ପ୍ରଶାସନପକ୍ଷରୁ ଗୁରୁତ୍ବ ଦିଆଗଲା ନାହିଁ। ଫଳରେ ସୀମାନ୍ତ ଜିଲାର ଏହି ହାଟର ଗୁରୁତ୍ବ ବୃଦ୍ଧି ପାଇଲାା ତଥାପି ଉଭୟପକ୍ଷରେ ବ୍ୟବସାୟିକ ସୁସମ୍ପର୍କ ରହିବା ନିହାତି ଆବଶ୍ୟକ ବୋଲି ସେ ମତପ୍ରକାଶ କରିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories