www.samajalive.in
Friday, December 5, 2025
17.1 C
Bhubaneswar

୩୪୫ ଏକର ଜମିରୁ ଗଞ୍ଜେଇ ଗଛ କାଟ

ଫୁଲବାଣୀ: କନ୍ଧମାଳ ଜିଲାର ୨ଟି ଥାନା ଅଞ୍ଚଳରୁ ଆଜି ୩୪୫ ଏକର ବେଆଇନ ଭାବେ ଲାଗିଥିବା ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଛି। ଫୁଲବାଣୀ ସଦର ଥାନା ଅଂଚଳରେ ଥିବା ଜାମୁଝରୀ ଗ୍ରାମ ପଂଚାୟତ ଅଂଚଳରେ ଆଜି ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଅଭିଯାନରେ ସେହି ଅଂଚଳରେ କରାଯାଇଥିବା ୧୭୦ ଏକର ଯାଗାରେ ବେଆଇନ ଗଞ୍ଜେଇ ଚାଷ ଗଛକୁ କାଟି ସେଠାରେ ନଷ୍ଟ କରାଯାଇଛି। ଫୁଲବାଣୀ ସଦର ଥାନା ଏସ.ଆଇ ସଞ୍ଜିବ ମହାନ୍ତିଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀଙ୍କ ସମେତ ୨ ପ୍ଲାଟୁନ ଶସସ୍ତ୍ର ପୁଲିସ ଏବଂ ଶ୍ରମିକଙ୍କୁ ନେଇ କରାଯାଇଥିବା ଏହି ଅଭିଯାନାରେ ଜାମୁଝରୀ ପାଂଚୟତ ଅଂଚଳର ବଙ୍ଗଳାସାହି,ବେଟନିପଡା,ଇରପିସରୁ ଏବଂ ଜାମୁଝରୀ ଅଂଚଳର ସଂରକ୍ଷିତ ଜଙ୍ଗଲ ଅଂଚଳରେ କରାଯାଇଥିବା ୧୭୦ ଏକର ଅଂଚଳର ଗଞ୍ଜେଇ ଚାଷକୁ କାଟିବା ସହିତ ସେଠାରେ ପୋଡି ନଷ୍ଟ କରାଯାଇଛି। ଏହି ସଂକ୍ରାନ୍ତରେ ସଦରଥାନାରେ ଏକ ମାମଲା ୧୦୯/୨୦୨୦ ରୁଜ୍ଜୁ କରାଯାଇଛି। ଏହି ଗଞ୍ଜେଇର ଆନୁମାନିକ ମୁଲ୍ୟ ଏକ କୋଟି ସତୁରି ଲକ୍ଷ ଟଙ୍କା ହେବ ବୋଲି ଫୁଲବାଣୀ ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁ ସୂଚନା ଦେଇଛନ୍ତି।

ସେହିଭଳି ବାଲିଗୁଡ଼ା ଥାନା ଅନ୍ତର୍ଗତ ସାଡ଼ିଙ୍ଗିଆ ପଂଚାୟତର ତିଲପଙ୍ଗା ,ନିଲିପଦର ଓ ତେମାଙ୍ଗିି ଆଦି ଗ୍ରାମରେ ବେଆଇନ ଭାବେ ଲାଗିଥିବା ପ୍ରାୟ ୧୭୫ ଏକର ଜମିରୁ ଗଂଜେଇ କାଟି ନଷ୍ଟ କରାଯାଇଥିବା ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି। ଏହାର ଆନୁମାନିକ ମୂଲ୍ୟ ୧୭ କୋଟି ୫ ଲକ୍ଷ ଟଙ୍କା ହେବ ବୋଲି ମଧ୍ୟ ସୂଚନା ଦିଆଯାଇଥିବା ବେଳେ ଏନେଇ କେସ ନଂ ୨୧୧ା୨୦ରେ ଏକ ମାମଲା ରୁଜୁ କରାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories