www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରୀମନ୍ଦିର ଖୋଲିବା ନିମନ୍ତେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱ ବହ୍ମାଣ୍ଡର ପ୍ରାଣକେନ୍ଦ୍ର। କରୋନା ସଙ୍କଟ ସମୟରେ ଶ୍ରୀମନ୍ଦିର ବନ୍ଦ ଥିବାରୁ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୃଙ୍କ ଦର୍ଶନ ପାଇବାରୁ ବଂଚିତ ଅଛନ୍ତି। ଏବେ ଦେଶର ବିଭିନ୍ନ ରାଜ୍ୟରେ କରୋନା ଗାଇଡଲାଇନ ଅନୁଯାୟୀ ମନ୍ଦିର ଖୋଲା ଯାଇଛି। ରାଜ୍ୟରେ ବି କରୋନା ପୂର୍ବ ଅପେକ୍ଷା ନିୟାନ୍ତ୍ରଣାଧୀନ ରହିଛି। ଭକ୍ତ, ସେବାୟତ ଏବଂ ସାଧାରଣ ଜନତା ନିଜ ପ୍ରଭୃଙ୍କ ଦର୍ଶନ ପାଇବା ପାଇଁ ବ୍ୟାକୁଳ ଚିତରେ ଚାହିଁ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉକ୍ତ ଓ ଭଗବାନଙ୍କ ମଧ୍ୟରେ ଆଉ ବ୍ୟବଧାନ ନଆଣି ତୁରନ୍ତ ଶ୍ରୀମନ୍ଦିର ଖୋଲିବା ପାଇଁ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି।

ଶ୍ରୀ ପାତ୍ର କହିଛନ୍ତି ଯେ, ସ୍ୱୟଂ ଜଗନ୍ନାଥ ପୁରୀରେ ଅନାଦି କାଳରୁ ନିବାସ କରି ଆସୁଛନ୍ତି । ପୁରୀ ଧାମ ଏବଂ ପ୍ରଭୃ ଜଗନ୍ନାଥଙ୍କ ପାଇଁ ଓଡିଶା ସାରା ବିଶ୍ୱରେ ପରିଚିତି ଲାଭ କରିଛି। ଗତ ସାଧାରଣ ନିର୍ବାଚନରେ ମଣିମାଙ୍କ ଅପାର କରୁଣା ଏବଂ ଲୋକଙ୍କ ଭଲପାଇବା ଓ ଆଶୀର୍ବାଦ ମତେ ପ୍ରାପ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ସାଧାରଣଜନତାଙ୍କ ସ୍ୱରକୁ ମୁଁ ରାଜ୍ୟସରକାରଙ୍କ ପାଖରେ ରଖୁଛି। ରାଜ୍ୟସରକାର ଶ୍ରୀମନ୍ଦିର ଦ୍ୱାର ଖୋଲି କୋଭିଡର ଏସଓପି ଅନୁଯାୟୀ ଭକ୍ତକୁ ମନ୍ଦିର ଭିତରେ ପ୍ରବେଶ କରାଇବାର ବ୍ୟବସ୍ଥା କରନ୍ତୁ। ରାଜ୍ୟସରକାର ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ଆଉ ଭକ୍ତମାନଙ୍କୁ ବଂଚିତ ରଖନ୍ତୁ ନାହିଁ। ରାଜ୍ୟସରକାର ଅନୁଶାସନରେ ଭିତରେ ଭକ୍ତମାନଙ୍କୁ ସ୍କ୍ରିନିଂକରାଇବା, ସେମାନଙ୍କ ହାତ ସଫା ଓ ସାନିଟାଇଜା କରିବା ସହ ସାମାଜିକ ଦୂରତା ରଖି ମନ୍ଦିର ଭିତରକୁ ପ୍ରବେଶ କରାଇ ମହାପ୍ରଭୃଙ୍କ ଦର୍ଶନ କରାଇବାର ବ୍ୟବସ୍ଥା କରିବା ପାଇଁ ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories