ମାଲକାନଗିରି: ମାଲକାନଗିରି ଜିଲା ମୁଦୁଲିପଡାଠାରେ ଆମ୍ବୁଲାନ୍ସରେ ରୋଗୀ ବଦଳରେ ଗଞ୍ଜେଇ ବୁହା ହେଉଥିବାର ଦେଖିବାକୁ ମିଳିଛି। ଏପରି ଦୃଶ୍ୟ ଶୁକ୍ରବାର ଭୋର ସମୟରେ ଦେଖିବାକୁ ମିଳିଛି। ଆମ୍ବୁଲାନ୍ସରେ ରୋଗୀ ବଦଳରେ ଗଞ୍ଜେଇ ନେଇଯାଉଥିବା ବେଳେ ମୁଦୁଲିପଡା ପୁଲିସ ହାତରେ ଧରାପଡିଛି। ଗାଡିରେ ସାଢେ ତିନି ବସ୍ତା ଗଞ୍ଜେଇକୁ ରୋଗୀ ରୂପେ ରଖି ନିଆଯାଉଥିଲା। ପୁଲିସ ଗଞ୍ଜେଇ ଗୁଡିକୁ ଜବତ କରି ରଖିଛି। ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
Popular Categories



