www.samajalive.in
Saturday, December 6, 2025
14.1 C
Bhubaneswar

ଗଙ୍ଗାଧର ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ବରଗଡ: ମଙ୍ଗଳବାର ବରଗଡ ଜିଲାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକାର୍ପଣ ହେବ ବହୁପ୍ରତିକ୍ଷିତ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ। ଭୁବନେଶ୍ୱରରୁ ହେଲିକାପ୍ଟରରେ ବାହାରି ଦିନ ୧୧ଟା ୫୦ମିନିଟରେ ବିଜେପୁର ବ୍ଲକ କନାପାଲି ଠାରେ ପହଂଚିବେ ମୁଖ୍ୟମନ୍ତ୍ରୀ। ଏହି ପ୍ରକଳ୍ପ ଲୋକାର୍ପଣ ହେଲେ ମରୁଡି ପ୍ରଭାବିତ ଅଂଚଳ ବିଜେପୁର, ସୋହେଲା, ବରପାଲି ଓ ବରଗଡ ବ୍ଲକ ସମେତ ସୋନପୁର ଜିଲାର ଡୁଙ୍ଗୁରୀପାଲି ବ୍ଲକରେ ଚାଷ ଜମିକୁ ଜଳଯୋଗାଣ ହେବ। ହୀରାକୁଦ, ତରଙ୍ଗା ଓ କନାପାଲିଠାରେ ତିନୋଟି ପମ୍ପହାଉସ ପ୍ରତିଷ୍ଠା କରାଯାଇ ଜଳ ଯୋଗାଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ୨୦୧୯ ମସିହାରେ ଫେବ୍ରୁଆରୀରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ପରେ ୨୦୨୦ ସେପ୍ଟେମ୍ବରରେ କାମ ଆରମ୍ଭ ହୋଇଥିଲା । ୧୨୭୫.୨୬କୋଟି ଟଙ୍କା ବ୍ୟୟରେ ରେକର୍ଡ ୩ବର୍ଷରେ ପ୍ରକଳ୍ପ କାମ ଶେଷ ହୋଇଛି। କେନାଲ ବଦଳରେ ପାଇପ ଯୋଗେ ଜଳଯୋଗାଣ ହେଉଥିବାରୁ ଧାନ ବ୍ୟତୀତ ଅନ୍ୟ ଫସଲ ମଧ୍ୟ ହୋଇପାରିବ। ଯାହାକି ଚାଷୀଙ୍କ ପାଇଁ ବରଦାନ ସାଜିବ। ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଉଦଘାଟନ ସହ ଅତ୍ୟାଧୁନିକ କର୍କଟ ରୋଗ ହସ୍ପିଟାଲର ଲୋକାର୍ପଣ କରିବେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories