www.samajalive.in
Saturday, December 6, 2025
23.1 C
Bhubaneswar

ଗଙ୍ଗା ଜଳର ବିଶେଷ ବ୍ୟବହାର

ହିନ୍ଦୁ ଧର୍ମରେ ଗଙ୍ଗା ନଦୀ ସବୁଠାରୁ ପବିତ୍ର ନଦୀ ବୋଲି କୁହାଯାଇଛି। ଗଙ୍ଗାଙ୍କୁ ମା’ ବୋଲି କୁହାଯାଏ। ଗଙ୍ଗା ଜଳକୁ ବିଶେଷ ପୂଜାରେ ବ୍ୟବହାର କରାଯାଇଥାଏ। ଏହାର ଅନେକ ଧାର୍ମିକ ଲାଭ ମଧ୍ୟ ରହିଛି। ଏଥିରେ ଅନେକ ବିଶେଷ ଗୁଣ ରହିଛି। କୁହାଯାଇଛି ଯେ, ଗଙ୍ଗା ଜଳ ନିଜର ଶୁଦ୍ଧତା ଓ ପବିତ୍ରତା ଅନେକ ଦିନ ପର୍ଯ୍ୟନ୍ତ ବଜାୟ ରଖିଥାଏ। ଗଙ୍ଗା ଶିବଙ୍କ ଜଟାରେ ବାସ କରିଥାଆନ୍ତି।

କୁହାଯାଇଛି ଯେ, ଗଙ୍ଗା ନଦୀରେ ସ୍ନାନ କରିବା, ପୂଜା କରିବା ଓ ଦର୍ଶନ କରିବା ଦ୍ବାରା ପାପ ନାଶ ହୋଇଥାଏ। ଗଙ୍ଗା ନଦୀର ଜଳକୁ ବର୍ଷ ତମାମ ରଖିବା ଦ୍ବାରା ତାହା ଖରାପ ହୋଇନଥାଏ। ଏହା ସର୍ବଦା ନିଜର ଶୁଦ୍ଧତା ବଜାୟ ରଖିଥାଏ। ଗଙ୍ଗା ଜଳକୁ ନିୟମିତ ରୂପେ ବ୍ୟବହାର କରିବା ଦ୍ବାରା ଅନେକ ରୋଗ ଠାରୁ ମୁକ୍ତି ମିଳିଥାଏ। ଗଙ୍ଗାଜଳକୁ ମିଶାଇ ଅନେକ ଔଷଧ ପ୍ରସ୍ତୁତ କରାଯାଇଥାଏ।

- Advertisement -

ଗଙ୍ଗା ନଦୀ କୂଳରେ ଥିବା ତୀର୍ଥସ୍ଥାନକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଇଛି। କୁହାଯାଇଛି ଯେ, ସେହି ତୀର୍ଥ ସ୍ଥାନକୁ ଯିବା ଦ୍ବାରା ଜୀବନରେ ଅନେକ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଏହାସହ ଜୀବନରେ ସୁଖଶାନ୍ତି ଆସିଥାଏ। ବ୍ୟକ୍ତି ମନରୁ ଅନ୍ଧକାର ଦୂର ହୋଇଥାଏ।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories