www.samajalive.in
Saturday, December 6, 2025
14.1 C
Bhubaneswar

ପେଣ୍ଟିଙ୍ଗ ଷ୍ଟାଚ୍ୟୁର ଆଦର

ଇଣ୍ଟେରିୟର୍‌ ଡେକୋରେଟର୍ସ ପୁନମ୍ ଶର୍ମା ଭାରତର ସଂଖ୍ୟାଧିକ ବିତ୍ତଶାଳୀ ଓ ଶିଳ୍ପପତିଙ୍କ ଘର ସାଜସଜ୍ଜା କରିଛନ୍ତି। ବିଦେଶୀ ଲୋକେ ମଧ୍ୟ ତାଙ୍କ ଡିଜାଇନ୍‌‌ରେ ଖୁବ୍ ପ୍ରଭାବିତ। ଉଭୟ ବାସ୍ତୁଶାସ୍ତ୍ର ଓ ଫେଙ୍ଗଶୁଇକୁ ଦୃଷ୍ଟିରେ ରଖି ସେ ଘର ସାଜସଜ୍ଜାକୁ ଧ୍ୟାନ ଦିଅନ୍ତି। ଶିଳ୍ପପତି ଅନିଲ ଅମ୍ବାନୀ, ରାଜ କୁନ୍ଦ୍ରା, କ୍ରୀଡ଼ାତରକା ସଚିନ୍ ତେନ୍ଦୁଲକରଙ୍କ ସହ ଅନ୍ୟ ନାମୀଦାମୀ ଲୋକଙ୍କ ଘର ଓ କାର୍ଯ୍ୟାଳୟକୁ ଏକ ଭିନ୍ନ ରୂପ ଦେବାର ଦାୟିତ୍ବକୁ ଉତ୍ତମ ଭାବେ ତୁଲାଉଛନ୍ତି ପୁନମ୍। ଗତ ଦେଢ଼ ବର୍ଷ ମଧ୍ୟରେ ଲୋକେ ନିଜର ବୈଠକଖାନା ଓ ଡାଇନିଂ ହଲ୍‌କୁ ସଜାଇବାରେ ଅଧିକ ଗୁରୁତ୍ବ ଦେଉଛନ୍ତି। କିଛି ସମୟ ଏଠାରେ ଶାନ୍ତି ତଥା ନୀରବତାର ସହ ଅତିବାହିତ କରିବା ନିମନ୍ତେ ସୁନ୍ଦରସୁନ୍ଦର ଆସବାବପତ୍ର ଖଞ୍ଜିଦେଉଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ମୁମ୍ବଇ ଓ ବେଙ୍ଗାଲୁରୁ ଘରର ଇଣ୍ଟେରିୟର ଦାୟିତ୍ବରେ ପୁନମ୍ ଅଛନ୍ତି। ବ୍ୟସ୍ତବହୁଳ ଜୀବନରୁ ବିରତି ପାଇବା ମାତ୍ରେ ଲୋକଟିଏ ଶାନ୍ତ ବାତାବରଣ ଖୋଜିଥାଏ। ଦୀପିକାଙ୍କ ମୁମ୍ବଇ ଘରେ ଦୁଇଟି ଡାଇନିଂ ହଲ୍ ରହିଛି। ଗୋଟିଏ ପାଖରେ ଏହି ପେଣ୍ଟିଙ୍ଗ ଷ୍ଟାଚ୍ୟୁକୁ ପୁନମ୍ ରଖିଥିଲେ। ତାହା ଗୌତମ ବୁଦ୍ଧଙ୍କର ଏକ ପ୍ରତିମୂର୍ତ୍ତି। ଷ୍ଟାଚ୍ୟୁ ରଖିବାର କେଇ ସପ୍ତାହ ପରେ ଦୀପିକା ଥରେ ପୁନମ୍‌ଙ୍କୁ ଫୋନ୍ କରି କହିଥିଲେ, ତୁମେ ଜଣେ ଯାଦୁକର ବୋଧେ। ଗୌତମ ବୁଦ୍ଧଙ୍କ ଷ୍ଟାଚ୍ୟୁକୁ ଦେଖିଲେ ତାଙ୍କୁ ମାନସିକ ଶାନ୍ତି ମିଳୁଛି। ଏହା ସହ ଘରକୁ ଆସୁଥିବା ପ୍ରତ୍ୟେକ ଅତିଥି ମଧ୍ୟ ଏଇ କୋଣର ଓ ପେଣ୍ଟିଙ୍ଗ ଷ୍ଟାଚ୍ୟୁର ସବୁଠୁ ଅଧିକ ପ୍ରଶଂସା କରୁଛନ୍ତି। ଏହି ପେଣ୍ଟିଙ୍ଗ ଷ୍ଟାଚ୍ୟୁର ଆଦର ଏବେ ଖୁବ୍ ବଢ଼ିଛି। ଅନ୍ୟମାନେ ମଧ୍ୟ ନିଜ ମାନସିକ ଶାନ୍ତି ତଥା ଘରର ଶାନ୍ତ ବାତାବରଣ ନିମନ୍ତେ ଏହାର ଯଥା ଉପଯୋଗ କରୁଥିବାର ଦେଖାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories