ନୂଆଦିଲ୍ଲୀ: ମଦ ବୋତଲରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋକୁ ନେଇ ରାଜ୍ୟସଭାରେ ମଙ୍ଗଳବାର ହଙ୍ଗାମା ହୋଇଛି। ଆମ ଆଦ୍ମୀ ପାର୍ଟି ସାଂସଦ ସଞ୍ଜୟ ସିଂହ ଏହି ପ୍ରସଙ୍ଗ ଉଠାଇ ମଦ ବୋତଲରେ ଗାନ୍ଧିଜୀଙ୍କ ଫଟୋ ଛାପିଥିବା ବିଦେଶୀ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେ କହିଥିଲେ, ବିଦେଶ ମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀ ଏିହ ପ୍ରସଙ୍ଗ ଉପରେ ଅବଗତ ହୁଅନ୍ତୁ। ଗାନ୍ଧିଜୀ ଜୀବନବ୍ୟାପୀ ମଦକୁ ବିରୋଧ କରିଥିଲେ ଏବଂ ନିଶା ବନ୍ଦ ପାଇଁ ଅଭିଯାନ ଚଳାଇଥିଲେ। ବର୍ତ୍ତମାନ ତାଙ୍କ ଫଟୋକୁ ଅପବ୍ୟବହାର କରାଯାଉଛି। ଏଭଳି ମଦ ବୋତଲକୁ ବଜାରରୁ ହଟାଯାଉ ଏବଂ ସରକାର ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ରାଜ୍ୟସଭାରେ କଂଗ୍ରେସର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଏଭଳି କମ୍ପାନୀକୁ ବନ୍ଦ କରିବାକୁ ଦାବି କରିଥିଲେ।
Popular Categories



