ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

0

ସିଙ୍ଗାପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁର ପ୍ରତିପକ୍ଷ ଗୋହ ଚୋକ୍‍ ଟୋଙ୍ଗଙ୍କ ସହିତ ଏଠାକାର କ୍ଲିଫୋର୍ଡ ପିଏରଠାରେ ମହାତ୍ମା ଗାନ୍ଧିଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ମହାତ୍ମାଗାନ୍ଧିଙ୍କ ଦେହାନ୍ତ ପରେ ତାଙ୍କ ଚିତାଭସ୍ମ ସିଙ୍ଗାପୁର ସମେତ ବିଶ୍ୱର ବିଭିନ୍ନ ସ୍ଥାନକୁ ବିସର୍ଜନ ନିମନ୍ତେ ପ୍ରେରଣ କରାଯାଇଥିଲା। ସିଙ୍ଗାପୁରର କ୍ଲିଫୋର୍ଡ ପିଏରଠାରେ ତତ୍‍ସମୟରେ ଉକ୍ତ ଚିତାଭସ୍ମ ବିସର୍ଜିତ ହୋଇଥିଲା। ଗାନ୍ଧିଙ୍କ ବାର୍ତ୍ତା ବିଶ୍ୱରେ ଗୁଞ୍ଜରିତ ହେଉଛି। ମାନବ ସମାଜ ପାଇଁ ଉତ୍ତମ କାର୍ଯ୍ୟ କରିବା ଲାଗି ବାପୁଙ୍କ ଚିନ୍ତାଧାରା ଏବଂ ନୀତି ଓ ଆଦର୍ଶ ପ୍ରେରଣା ଦେଉଛି ବୋଲି ମୋଦୀ ଟ୍ୱିଟ୍‍ କରିଛନ୍ତି।

Leave A Reply