www.samajalive.in
Saturday, December 6, 2025
19.1 C
Bhubaneswar

ଜୁଆ ଆଡ୍ଡାରେ ଚଢ଼ାଉ: ୧୫ ଜୁଆଡ଼ି ଗିରଫ, ୨.୨୫ ଲକ୍ଷ ଟଙ୍କା ଜବତ

ବ୍ରଜରାଜନଗର: ବ୍ରଜରାଜନଗର ଥାନା ଅନ୍ତର୍ଗତ ମଧୁପୁର ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୧୫ ଜଣ ଜୁଆଡ଼ିଙ୍କୁ ଧରିବାରେ ସଫଳ ହୋଇଛି। ତେବେ କେତେ ଜଣ ମୌକାର ଫାଇଦା ଉଠାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ପୁଲିସ ୩ ଓପିଜି ଧାରା ଅନୁଯାୟୀ କେସ ନମ୍ବର ୧୦୨, ତାରିଖ ୦୪.୦୪.୨୦୨୪ରେ ମାମଲା ପଞ୍ଜିକୃତ କରି ତଦନ୍ତ ଜାରି ରଖିଛି।

ସରିଲା ମାଗଣା ସେବା; ଏଣିକି ସର୍ଚ୍ଚ ପାଇଁ ଟଙ୍କା ନେବ ଗୁଗଲ୍‌ !

- Advertisement -

ସେପଟେ ଧରା ପଡ଼ିଥିବା ଜୁଆଡ଼ିଙ୍କ ମଧ୍ୟରେ ସ୍ଥାନୀୟ ଅଂଚଳ ସମେତ ଛତିଶଗଡ଼, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ସୋନପୁର ଆଦି ଅଂଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ କୋଲାବିରା ମାଲିଡ଼ିହି ଅଂଚଳର ଘନଶ୍ୟାମ ସାହୁ (୫୮), ସୁନ୍ଦରଗଡ଼ ବିରବିରା ଅଂଚଳର ପବିତ୍ର ସା (୫୪), ବରଗଡ଼ ପାଟକୁଲୁଣ୍ଡା ଶ୍ରୀନିବାସ ପ୍ରଧାନ (୩୭), ବ୍ରଜରାଜନଗର କୁଦୋପାଲି ରାକେଶ ଡ଼ିଲ୍ଲା (୩୫), ଚାନ୍ଦନୀମାଲ ଅଂଚଳର ନିମାଇଁ ଚରଣ ପ୍ରଧାନ (୪୦), ସୁନ୍ଦରଗଡ଼ ସୀମଡେଗା କୃପାନିଧି ମହାନନ୍ଦିଆ (୩୦), ବରଗଡ଼ କେବାଡ଼ର ମୀନକେତନ ଟଣ୍ଡକାର (୪୨), ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟର ମହମ୍ମଦ ଜାହାଙ୍ଗିର (୪୨), ସମ୍ବଲପୁର ବାମରା ଅଂଚଳର ଅଭିଳାଷ ସାହୁ (୩୪), ରାଉରକେଲା ବଣ୍ଡମୁଣ୍ଡା ଅଂଚଳର ମହମ୍ମଦ ଶମଶାଦ (୪୨), ଛତିଶଗଡ଼ ଯଶପୁର ଜିଲ୍ଲା ଅଙ୍କିରା ଅଂଚଳର ନୀଳ କମଳ ସିଂହ (୪୨), ସମ୍ବଲପୁର ପିଣ୍ଡା ପଥର ଅଂଚଳର ଝସକେତନ ପଟେଲ (୪୫), ବାମରା ଅଂଚଳର ମହାଦେବ ବେହେରା (୫୬), ସମ୍ବଲପୁର ଗୋବିନ୍ଦପୁର ଅଂଚଳର ନିରଞ୍ଜନ ଟପ୍ପୋ (୪୨), ସୋନପୁର ଚନ୍ଦାଲି ଅଂଚଳର ବାଳକ ମାଝୀ (୪୬)। ପୁଲିସ ଘଟଣାସ୍ଥଳରୁ ସବୁଜ ରଙ୍ଗର ବ୍ୟାଗରେ ନଗଦ ଦୁଇ ଲକ୍ଷ ଏବଂ ପଚିଶ ହଜାର ଟଙ୍କା, ହଳଦିଆ ରଙ୍ଗର ଛଅଟି ଘୁଡ଼ଘୁଡି ଡାଇସ୍, ଗୋଟିଏ ହଳଦିଆ ରଙ୍ଗ ତାରପୋଲିନ, ଗୋଟିଏ ଗୋଲାକାର ଆକୃତିର ଚମଡା ବାସ୍କେଟ୍, ପାଞ୍ଚଟି ସେଟ ତାସ, ୧୮ଟି ମୋଟରସାଇକଲ, ୮ଟି ଚାରି ଚକିଆ ଯାନ, ୧୮ଟି ମୋବାଇଲ ଫୋନ ଜବତ କରିଥିବା ନେଇ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories