BJD Bijuli 480×75 Mob

ଗଲୱାନ୍‌ ଉପତ୍ୟକାରେ ତ୍ରିରଙ୍ଗା ସହ ଭାରତୀୟ ଯବାନଙ୍କ ଫଟୋ ଜାରି

BJD Bijuli 480×75 Mob

ନୂଆଦିଲ୍ଲୀ,୪ା୧: ଚୀନ୍‌ର ପିପୁଲ୍ସ ଲିବରେସନ୍‌ ଆର୍ମି ଗଲୱାନ୍‌ ଉପତ୍ୟକାରେ ନୂଆ ବର୍ଷ ପାଳନ ଅବସରରେ ଦେଶର ପତାକା ଉତ୍ତୋଳନ କରିବା ଓ ସୀମାକୁ ସୁରକ୍ଷିତ ରଖିବା ପାଇଁ ଶପଥ ନେବା ଘଟଣା ସାମ୍ନାକୁ ଆସିବା ପରେ ମଙ୍ଗଳବାର ଭାରତୀୟ ସେନାର ତ୍ରିରଙ୍ଗା ଫଟୋ ପ୍ରସାରିତ ହୋଇଛି। ଭାରତୀୟ ସେନା ଗଲୱାନ୍‌ ଉପତ୍ୟକାରେ ନୂଆ ବର୍ଷ ପାଳନ ସହ ତ୍ରିରଙ୍ଗା ଉଡ଼ାଇଥିଲେ। ପ୍ରାୟ ୩୦ ଯବାନ ଜାତୀୟ ପତାକା ଧାରଣ କରିଥିବାର ଫଟୋ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରସାରଣ କରାଯାଇଛି। ଅନ୍ୟ ଏକ ଫଟୋରେ ୪ଜଣ ଯବାନ ଏଲଏସି ନିକଟ ଅସ୍ଥାୟୀ ଅବଲୋକନ କେନ୍ଦ୍ରସ୍ଥିତ ପତାକା ଖମ୍ବରେ ତ୍ରିରଙ୍ଗା ଉଡ଼ାଉଥିବା ଦେଖାଯାଉଛି। କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ‘ଗଲୱାନ୍‌ ଉପତ୍ୟକାରେ ସାହସୀ ଭାରତୀୟ ଯବାନ’ ଶୀର୍ଷକରେ ଏହି ଫଟୋକୁ ଟ୍ବିଟ୍‌ କରିଛନ୍ତି।

Comments are closed.