www.samajalive.in
Monday, December 15, 2025
27.1 C
Bhubaneswar

ଗଜପତିବାସୀଙ୍କୁ ଗଞ୍ଜାମ ଓ ଶ୍ରୀକାକୁଲମ ମନା

ଗଜପତି : ଗଜପତି ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିଛି । ଯାହା ଜିଲାପ୍ରଶାସନ ପାଇଁ  ଚିନ୍ତାର କାରଣ ପାଲଟିଛି । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଗଜପତି ଜିଲାପାଳ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ଗଜପତିବାସୀଙ୍କୁ ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲାକୁ ଯିବାକୁ ବାରଣ କରାଯାଇଛି । ଏଥିସହ ଗଞ୍ଜାମ , ଶ୍ରୀକାକୁଲମ ଅଞ୍ଚଳରୁ କୌଣସି ବ୍ୟକ୍ତି ଗଜପତି ଜିଲା ମଧ୍ୟକୁ ପ୍ରବେଶ କରିପାରିବେନି । ଏମିତିକି ଗଞ୍ଜାମରେ ଚାକିରି କରିଥିବା ଗଜପତି ଜିଲାର ଲୋକଙ୍କୁ ମଧ୍ୟ ଯିବାକୁ ମନ କରାଯାଇଛି । ଦୈନିକ ଯାଇ ପୁଣି ଘରକୁ ଫେରୁଥିବା ଲୋକଙ୍କୁ ଯିବାକୁୂ ମନା କରିଛନ୍ତି ଜିଲାପାଳ । ଏଥିସହ ୨ ଜିଲାକୁ ଯା’ଆସ ସମ୍ପୁର୍ଣ୍ଣ  ବାରଣ କରାଯାଇଥିବା ନେଇ ଜିଲାପାଳ ଅନୁପମ ଶାହାଙ୍କ ସୂଚନା ଦେଇଛନ୍ତି । ମାଲ ପରିବହନ ଓ ଆମ୍ବୁଲାନ୍ସ ଆଦି ଅତ୍ୟାବଶ୍ୟକ ସେବା କେବଳ ଯା’ଆସ କରିବାକୁ ଅନୁମତି ଦିଆଯାଇଛି ।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଗଜପତି ଜିଲାରୁ ମୋଟ ୫୬୮ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୪୨୯ ଜଣ ସୁସ୍ଥ ହୋଇଛନ୍ତି । ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୮ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories