ତୁଙ୍ଗାମାଳ ପଞ୍ଚାୟତରେ ମନରେଗା କାମରେ ଅନିୟମିତତା: ଘଟଣାକୁ ଚପାଇଦେବାକୁ ଉଦ୍ୟମ, ଭିଜିଲାନ୍ସ ତଦନ୍ତ ଦାବୀ

ଦେବଗଡ : ରିଆମାଳ ବ୍ଲକ ଅନ୍ତର୍ଗତ ତୁଙ୍ଗାମାଳ ଗ୍ରାମ ପଞ୍ଚାୟତରେ ମନରେଗା(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ମିଥ୍ୟା ବିଲ ଜରିଆରେ ଅର୍ଥ ଉଠାଣ ଅଭିଯୋଗ ହୋଇଥିଲା। ଗତ ୩ ତାରିଖ ଦିନ ଖୋଦ ତୁଙ୍ଗାମାଳ ଗ୍ରାମ ପଞ୍ଚାୟତରେ ୫ ଜଣ ୱାର୍ଡ ସଦସ୍ୟ/ସଦସ୍ୟା ଏବଂ କେତେକ ଗ୍ରାମବାସୀ ଏନେଇ ରିଆମାଳ ବ୍ଲକର ବିଡିଓଙ୍କୁ ଲିଖିତ ଅଭିଯୋଗ କରିବା ସହ ଘଟଣାର ତଦନ୍ତ ଦାବୀ କରିଥିଲେ।

ଗତ ୭ ତାରିଖ ଦିନ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଟେକନିକାଲ)ବିଭୁ ଭୂଷଣ ମିଶ୍ରଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଦଳ ଘଟଣା ସ୍ଥଳକୁ ଯାଇ ଉପରୋକ୍ତ ଅଭିଯୋଗର ତଦନ୍ତ କରି ଫେରିଆସିଛନ୍ତି। ମାତ୍ର ମିଥ୍ୟା ବିଲ ଜରିଆରେ ଟଙ୍କା ଉଠାଣ ଘଟଣାରେ ସମ୍ପୃକ୍ତ ପଞ୍ଚାୟତର ପିଅନଙ୍କ ଠାରୁ ଆରମ୍ଭ କରି ଜି.ଆର୍‍.ଏସ୍‍.,ପଂଚାୟତ ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସମେତ ବିଭାଗୀୟ ବହୁ ଅଧିକାରୀ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବାରୁ ତଦନ୍ତର ନିରପେକ୍ଷତା ନେଇ ଅଭିଯୋଗକାରୀ ୱାର୍ଡ ସଦସ୍ୟ ସଦସ୍ୟା ଓ କେତେକ ଜନସାଧାରଣ ସନ୍ଦେହ ପ୍ରକଟ କରିବାସହ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଛନ୍ତି।

prayash

ଅନ୍ୟପକ୍ଷରେ ବିନା କାମରେ ଉକ୍ତ ଗ୍ରାମ ପଞ୍ଚାୟତର ପିଅନ ଗଙ୍ଗାଧର ଦେହୁରୀ ଓ ବାବୁଲା କୁମାର ଦାସଙ୍କର ଜମି ଉନ୍ନତି କରଣ ନାମରେ ବିଲ ପାସ ହୋଇଥିବା ସେମାନେ ରିଆମାଳ ବିଡିଓଙ୍କ ନକଟରେ ଅଭିଯୋଗ କରିଥିବା ବେଳେ ତତ୍କାଳ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରାନଯାଇ ପ୍ରମାଣ ନଷ୍ଟ କରିବାକୁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ସମୟ ଦିଆଯାଇଥିବା ସେମାନେ ଅଭିଯୋଗ କରିବାସହ ତଦନ୍ତକାରୀ ଦଳ ତଦନ୍ତ କରିବାକୁ ଆସିବା ପୂର୍ବ ରାତ୍ରିରେ ସମ୍ପୃକ୍ତ ଜମି ଗୁଡିକୁ ଟ୍ରାକ୍ଟର ସାହାଯ୍ୟରେ ହଳ କରିଦିଆଯିବା ଏବଂ ସୂଚନା ଫଳକ ମଧ୍ୟ ନିର୍ମାଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଏଣୁ ଏ ଘଟଣାର ଭିଜିଲାନ୍ସ ତଦନ୍ତ ହେଲେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଏଠାରେ ସୂୂଚନା ଯୋଗ୍ୟ ଯେ, ଉପରୋକ୍ତ ଜମି ଉନ୍ନୟନ କାର୍ଯ୍ୟ ନାମରେ ମିଥ୍ୟ ବିଲ ଅଭିଯୋଗ ସମେତ ଯେଉଁମାନେ ଶ୍ରମ କାର୍ଯ୍ୟ କରିବାକୁ ଅନୁପଯୁକ୍ତ ସେମାନେ କାଞ୍ଜିଆମ-କୋରଡପୋଶି ରାସ୍ତା ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରିଥିବା ଦର୍ଶାଯାଇ ବିଲ ଉଠାଣ ହୋଇଥିବା ଏବଂ ଶ୍ରମିକ ବୋଲି ଦର୍ଶାଯାଇଥିବା ବ୍ୟକ୍ତି ବିଶେଷ ଏକା ସମୟରେ ବାବୁଲା ଦାସଙ୍କ ଜମି ଉନ୍ନତି କରଣ କାର୍ଯ୍ୟ ଏବଂ କାଞ୍ଜିଆମ-କୋରଡପୋଶି ରାସ୍ତା ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରିଥିବା ଦର୍ଶାଯାଇଥିବା ମଧ୍ୟ ଅଭିଯୋଗ କରିଥିଲେ।

ତେବେ ଅଭିଯୋଗ ସମ୍ପର୍କରେ ସେମାନେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ ଗୌନ୍ତିଆଙ୍କୁ ପଚାରିବାରୁ ମନରେଗା ଯୋଜନାରେ ହୋଇଥିବା ନିର୍ମାଣ କାର୍ଯ୍ୟରେ କୌଣସି ଅନିୟମିତତା କିମ୍ବା ମିଥ୍ୟା ବିଲ ହୋଇନଥିବା ପ୍ରକାଶ କରିବାସହ ତଦନ୍ତକାରୀ ଦଳ ଏ ଘଟଣାର ତଦନ୍ତ କରି ଫେରିଯାଇଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ନାୟକଙ୍କ ମତାମତ ପାଇଁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ହେଁ ଏହା ସମ୍ଭବ ହୋଇନାହିଁ। ଅଭିଯୋଗ ସମ୍ପର୍କରେ ରିଆମାଳ ବିଡିଓ ତ୍ରିଲୋଚନ ପାତ୍ରଙ୍କ ମତାମତ ନେବାରୁ ଇତିମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଟେକନିକାଲ ଘଟଣାର ତଦନ୍ତ କରି ଫେରିଆସିଥିବା ଏବଂ ତସନ୍ତ ରିପୋର୍ଟ ତାଙ୍କର (ବିଡିଓଙ୍କର)ହସ୍ତଗତ ହୋଇନଥିବା ସେ ଉତ୍ତର ଦେଇଛନ୍ତି। ତଦନ୍ତ କରୁଥିବା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଟେକନିକାଲ)ଶ୍ରୀ ମିଶ୍ରଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ନଦେଇ ଫାଇନାଲ ବିଲ ହେଇନାହିଁ, ଆମେ ରିପୋର୍ଟ ଦେଇନାହୁଁ, ନିର୍ମାଣ କାର୍ଯ୍ୟର ବିଲ ସରିଲାପରେ କହିବି,ଆଗେ ସେମାନେ ବିଲ କରନ୍ତୁ ,ପରେ ଜଣା ପଡିବ ଏବଂ ଆଉ ଏକ ବଡ ଟିମ ଘଟଣାର ତଦନ୍ତ କରିବ ଆଦି ବିଭିନ୍ନ କଥା କହି ପ୍ରଶ୍ନକୁ ଏଡାଇଯାଇଥିଲେ। ତେବେ ସେ ଯାହା ହେଉନା କାହିଁକି ବିଭାଗୀୟ ତଦନ୍ତ ଜରିଆରେ ଘଟଣାକୁ ଚପାଇଦେବାକୁ ଚପାଇଦେବା ନିମନ୍ତେ ଊଦ୍ୟମ ହେଉଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାରୁ ଏ ଘଟଣାର ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣରେ ଦାବୀ ହେଉଛ

kalyan agarbati

Comments are closed.