www.samajalive.in
Sunday, December 7, 2025
23.1 C
Bhubaneswar

‘ଗଦର’ ରି-ରିଲିଜ୍‌: ଦର୍ଶକଙ୍କୁ ନିର୍ମାତାଙ୍କ ବଡ଼ ଉପହାର, ଗୋଟିଏ ଟିକେଟ୍‌ ସହ ଗୋଟିଏ ମାଗଣା

ମୁମ୍ବାଇ: ସନ୍ନି ଦେଓଲ-ଅମୀଷା ପଟେଲଙ୍କ କ୍ୟାରିୟରର ସବୁଠୁ ବଡ଼ ହିଟ୍‌ ଚଳଚ୍ଚିତ୍ର ‘ଗଦର’ ପୁଣି ଥରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ଆସନ୍ତାକାଲି ଅର୍ଥାତ୍‌ ଜୁନ୍‌ ୯ ତାରିଖରେ ଏହା ମୁକ୍ତିଲାଭ କରିବ। ୨୦୦୧ରେ ଅନିଲ ଶର୍ମାଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ସେ ସମୟରେ ଟିକେଟ୍‌ କାଉଣ୍ଟରରେ ଦର୍ଶକଙ୍କ ଖଚାଖଚ୍‌ ଭିଡ଼ ଜମାଇଥିଲା। ବକ୍ସ ଅଫିସରେ ଫିଲ୍ମ ଜବରଦସ୍ତ ଆୟ କରିବା ସହ ସଫଳତାର ଏକ ନୂଆ ଅଧ୍ୟାୟ ଲେଖିଥିଲା।

ଏବେ ‘ଗଦର ୨’ ରିଲିଜ୍ ହେବାର କିଛି ମାସ ପୂର୍ବରୁ ନିର୍ମାତାମାନେ ଫିଲ୍ମଟିକୁ ପୁନଃ ମୁକ୍ତିଲାଭ କରିବାକୁ ଯାଉଛନ୍ତି। ବାସ୍ତବରେ, ଚଳଚ୍ଚିତ୍ରର ନିର୍ମାତାମାନେ ଚାହାନ୍ତି ଯେ, ‘ଗଦର’ର କାହାଣୀ ଲୋକଙ୍କ ମନରେ ପୁଣି ସତେଜ ହେଉ, ଯଦ୍ବାରା ସେମାନେ ଆଗାମୀ କାହାଣୀ ସହିତ ନିଜକୁ ଯୋଡ଼ିପାରିବେ। ତେବେ ଖବର ମିଳିଛି, ଦର୍ଶକଙ୍କୁ ପ୍ରେକ୍ଷାଳୟମୁହାଁ କରିବା ପାଇଁ ନିର୍ମାତାମାନେ ଏହି ଚଳଚ୍ଚିତ୍ରର ଟିକେଟ୍ ଉପରେ ଅନେକ ପ୍ରଲୋଭନକାରୀ ଅଫର ଆଣିଛନ୍ତି।

- Advertisement -

କୁହାଯାଉଛି ଯେ, ଏହି ଫିଲ୍ମର ଗୋଟିଏ ଟିକେଟ୍ କିଣିଲେ ଆଉ ଗୋଟିଏ ଟିକେଟ୍‌ ସମ୍ପୂର୍ଣ୍ଣ ମାଗଣା ମିଳିବ। ଚଳଚ୍ଚିତ୍ର ନିର୍ମାତାମାନେ କୌଣସି ପ୍ରକାରେ ଟିକେଟ୍‌ ଦାମ୍‌ ୧୫୦ ଟଙ୍କାରୁ ଅଧିକ ରଖିବାକୁ ଚାହୁଁ ନାହାନ୍ତି। ଏଥିସହ ଗୋଟିଏରେ ଗୋଟିଏ ମାଗଣା ଅଫର୍‌ ଦେଇ ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ଫିଲ୍ମକୁ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏହି ହିସାବରେ ଯଦି ଦେଖାଯାଏ, ତେବେ ଫିଲ୍ମର ପୁନଃ ମୁକ୍ତିଲାଭରେ ଲୋକଙ୍କୁ ଗୋଟିଏ ଟିକେଟ୍ ପାଇଁ ମାତ୍ର ୭୫ ଟଙ୍କା ଦେବାକୁ ପଡିବ। ରିପୋର୍ଟ ଅନୁଯାୟୀ, ଅଫର ଅନଲାଇନ୍ ବୁକିଂରେ କେବଳ ସୀମିତ ସମୟ ପାଇଁ ରହିଛି। ପ୍ରଡକ୍ସନ୍ ହାଉସ୍ ମୁତାବକ, ଏଥର ସେମାନଙ୍କ ଟାର୍ଗେଟ୍ ଅଡ଼ିଏନ୍ସ ହେଉଛନ୍ତି ଯୁବପୀଢି ଏବଂ ଯେଉଁମାନେ ଏହି ଫିଲ୍ମ ଦେଖି ନାହାନ୍ତି, ସେମାନଙ୍କ ପାଇଁ ହିଁ ଏହାକୁ ଆଉ ତରେ ରିଲିଜ୍‌ କରାଯାଉଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories