www.samajalive.in
Saturday, December 6, 2025
14.1 C
Bhubaneswar

ବାହ୍ୟ ମଳମୁକ୍ତ ଗାଁ ମଝିଦାଣ୍ଡରେ ଅଣ୍ଠୁଏ ପାଣି

ଗଡମଧୁପୁର: ଧର୍ମଶାଳା ବ୍ଲକ ସମ୍ପାରୁ ପଞ୍ଚାୟତର ତୁରଙ୍ଗ ଗାଁକୁ ଜିଲାପ୍ରଶାସନ ବାହ୍ୟମଳମୁକ୍ତ ଗାଁ ଭାବରେ ଘୋଷଣା କରିଛି। କିନ୍ତୁ ଏହି ଗାଁରେ ଅର୍ଦ୍ଧାଧିକ ପରିବାରକୁ ସ୍ୱଚ୍ଛ ଭାରତ ମିଶନରେ ସାମିଲ କରାଯାଇ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଯୋଜନା ସେଠାରେ ସମ୍ପୂର୍ଣ୍ଣ ବାଟ ହୁଡିଥିବା ବେଳେ ପୁରୁଣା ପଇଖାନାକୁ ବିଲ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏପରିକି ଅନେକ ଲୋକ ପାଇଖାନା କରିନଥିଲେ ମଧ୍ୟ ସେମାନଙ୍କ ଏହି ତାଲିକାରେ ନାମ ରହିଛି। ଗାଁ ପରିମଳ ଧୋବା ତୁଠରୁ ଭଳି ଏହି ଗାଁର ମୁଖ୍ୟ ରାସ୍ତାର ଅବସ୍ଥା ଗାଁର ପରିମଳ ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି। ଅସରାଏ ବର୍ଷାରେ ଏହି ଗାଁ ଦାଣ୍ଡରେ ଅାଣ୍ଠୁଏ ପାଣି ଜମି ରହୁଥିବା ଦେଖିବାକୁ ମିଳୁଛି। ପାଖାପାଖି ୫୦ମିଟର ପର୍ଯ୍ୟନ୍ତ ଜମା ହୋଇ ରହୁଛି। ସମସ୍ତ ଆବର୍ଜନା ସହିତ ମଳମୁତ୍ର ମିଶା ଏହି ଅପରିଷ୍କାର ପାଣିରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଗାଁର ସମସ୍ତ ଲୋକେ ଯାତାୟତ କରୁଛନ୍ତି। ବର୍ଷା ଚାରି ମାସ ଏଠାରେ ଏହିଭଳି ଭାବରେ ପାଣି ଜମି ରହିବାରୁ ଲୋକେ ନାହିଁ ନଥିବା ହିନସ୍ତା ହେଉଛନ୍ତି। ଅନେକ ସମୟରେ ଏଠାରେ ମଳ ମିଶା ପାଣି ଭାଷୁଥିବାର ମଧ୍ୟ ଦୃଶ୍ୟମାନ ହୋଇଥାଏ। ଗାଁ ଯାକର ଅବର୍ଜନା ମିଶା ପାଣି ଏଠାରେ ଜମା ହେଉଥିଲେ ହେଁ ଅନେକ ଅଭିଯୋଗ ପରେ ମଧ୍ୟ ପରିସ୍ଥିତିରେ ସୁଧାର ଆସୁନାହିଁ। ବିଭାଗୀୟ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories