www.samajalive.in
Saturday, December 6, 2025
14.1 C
Bhubaneswar

ଆଭାସ ବୈଠକ ମାଧ୍ୟମରେ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ଗଡମଧୁପୁର: ଧର୍ମଶାଳା ବ୍ଲକ ୧୨ନଂ ଓ ୧୪ନଂ ଜୋନର ଜେନାପୁର, ସାହାଣିଡିହ, ପୁରୁଣା ବଉଳମାଳ, କମାଗଡ, ମହିଶରା, ଅଣ୍ଟିଆ, ଅଭୟପୁର ଓ ଚହଟା ପାଂଚୟତର ଲୋକମାନଙ୍କ ସହିତ ସିଧା ସଳଖ ଜୁମ ମିଟିଙ୍ଗ ଜରିଆରେ ଯୋଡି ହୋଇ ଲୋକଙ୍କ ସମସ୍ୟା ସହିତ ଯୋଡିଛନ୍ତି ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟ। ଏହି ଭର୍ଚୁଆୟ ବୈଠକରେ ବିଧାୟକ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ବ୍ଲକ ସଭାପତି ଜଳଧର ମହାନ୍ତି, ବିଧାୟକ ପ୍ରତିନିଧି ନିର୍ମଳ ଚନ୍ଦ୍ର ପ୍ରଧାନ, ଜୋନ ସଂଯୋଜକ ଦଃୁଶାସନ ସାହୁ, ପ୍ରହଲ୍ଲାଦ ଲେଙ୍କା ଓ ମଦନମୋହନ ନାୟକଙ୍କ ସମେତ ଜିଲାପରିଷଦ ସଦସ୍ୟା ପ୍ରଣତୀ ଲେଙ୍କା ଓ ସମସ୍ତ ପଂଚାୟତର ସରପଞ୍ଚ,ସମିତି ସଭ୍ୟ/ସଭ୍ୟା ଓ ପଂଚାୟତର ସଭାପତି ତଥା ପଂଚାୟତର ଅନେକ ବରିଷ୍ଟ ଲୋକଙ୍କ ସହିତ ଦଳୀୟ କର୍ମୀ ଓ ସାମ୍ବାଦିକଙ୍କୁ ଯୋଡିଥିଲେ।

ବିଷେଶ କରି ଏହି କରୋନା ମହାମାରୀ ସମୟରେ ପଂଚାୟତରେ ରହିଥିବା ସମସ୍ୟା ତାର ସମାଧାନ ଓ ମହାମାରୀ କବଳରୁ ଲୋକେ କିପରି ସୁରକ୍ଷିତ ରହିପାରିବେ ସେ ବିଷୟରେ ଯୋଗଦେଇଥିବା ବ୍ୟକ୍ତି ବିଷେଶଙ୍କ ଠାରୁ ମତାମତ ଲୋଡିଥିଲେ। ଏ ଦୁଃସମୟରେ ଲୋକମାନଙ୍କ ପାଖରେ ପହଞ୍ଚିବା ସହିତ ଲୋକଙ୍କୁ ସତର୍କ ଓ ସଚେତନ କରିବାକୁ ସେ ଦଳିୟ ପଦାଧିକାରୀ ଓ କର୍ମୀମାନଙ୍କୁ କହିଥିଲେ। ଏଥି ସହିତ ଗଡମଧୁପୁର ପଂଚାୟତରେ ଏକ ପଂଚାୟତ କମିଟି ଗଠନ କରାଯାଇଥିବା ଘୋଷଣା କରାଯାଇଥିଲା। ଜଗଦୀଶ ଜେନାମଣୀ କମିଟିର ସଭାପତି ରହିଥିବା ବେଳେ ଏଥିରେ ୧୦ରୁ ଅଧିକ ସଦସ୍ୟ ରହିଥିବା ପ୍ରକାଶ ପାଇଥିଲା। ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକା ପାଇଁ ଅଂଚଳର ଲୋକେ ଭିଡ କରୁଥିବାରୁ ସ୍ଥାନୀୟ ମଧୁପୁରଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ସାଧାରଣ ଲୋକଙ୍କୁ କରୋନା ଟିକା ପ୍ରଦାନ ନିମନ୍ତେ ଜଗଦୀଶ ଜେନାମଣୀ ଓ ଅନିଲ ବଳ, ବିଧାୟକଙ୍କୁ ନିବେଦନ କରିବାରୁ ବିଧାୟକ ଏହାର ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ। ଏଥି ସହିତ ସମ୍ବାଦିକ ବସନ୍ତ ନାୟକ ବେଣାପାଟ, ଗଡମଧୁପୁର ନୂତନ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାରେ ବାଧକ ସାଜିଥିବା ଜଳ ନିଷ୍କାସନ ବିଭାଗର ଅଦରକାରୀ ପୋଲକୁ କିପରି ଭଙ୍ଗାଯାଇ ନୂତନ ପୋଲ ନିର୍ମାଣ ଶିଘ୍ର ବର୍ଷାରୁତୁ ପୂର୍ବରୁ ଆରମ୍ଭ ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦୃଷ୍ଟି ଆକର୍ଷଣ କରିବାରେ ବିଧାୟକ ତୁରନ୍ତ ଏହାକୁ ଭଙ୍ଗା ଜିବାର ପ୍ରତିଶୃତି ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories