www.samajalive.in
Saturday, December 6, 2025
23.1 C
Bhubaneswar

ମଧୁପୁରଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟୀକାକରଣ

ଗଡମଧୁପୁର  ଧର୍ମଶାଳା ବ୍ଲକ ୧୨ନଂ ଜୋନର ଲୋକମାନଙ୍କ ସହିତ ସିଧା ସଳଖ ଆଭାସ ବୈଠକ ମାଧ୍ୟମରେ ଯୋଡି ହୋଇ ଲୋକଙ୍କ ସମସ୍ୟା ବୁଝିବା ସମୟରେ ବିଧାୟକ ଦେଇଥିବା ପ୍ରତିଶୃତି ରକ୍ଷା କରିଛନ୍ତି। ତାଙ୍କ ହସ୍ତକ୍ଷେପ ଫଳରେ ୧୨ଦିନର ବ୍ୟବଧାନ ପରେ ଆଜି ମଧୁପୁରଗଡ ପ୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବରିଷ୍ଟ(୪୫)ବର୍ଷର ଲୋକମାନଙ୍କୁ ଟୀକାକରଣ କରାଯାଇଛି। ଗତ ୧୨/୫ରେ ସ୍ଥାନୀୟ ବିଧାୟକ ଏକ ଆଭାସି(ଭର୍ଚୁଆଲ) ବୈଠକ ମାଧ୍ୟମରେ ୧୨ନଂ ଜୋନର ଗଡମଧୁପୁର ପଂଚାୟତର ଲୋକମାନଙ୍କ ସହିତ ଯୋଡି ହୋଇ କରୋନା ସଚେତନାତାର ସମିକ୍ଷା କରିବା ସହିତ ସମସ୍ୟା ଉପରେ ଜନମତ ସଂଗ୍ରହ କରିଥିଲେ। ସେଥିରେ ବିଧାୟକଙ୍କ ସହିତ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ବ୍ଲକ ସଭାପତି ଜଳଧର ମହାନ୍ତି, ବିଧାୟକ ପ୍ରତିନିଧି ନିର୍ମଳ ଚନ୍ଦ୍ର ପ୍ରଧାନ, ଜିଲାପରିଷଦ ସଦସ୍ୟା ପ୍ରଣତୀ ଲେଙ୍କା ପ୍ରମୁଖ ସାମିଲ ହୋଇ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ଗଡମଧୁପୁର ପଂଚାୟତର ବିଜେଡି ସଭାପତି ଜଗଦୀଶ ଜେନାମଣୀ, ସାମ୍ବାଦିକ ବସନ୍ତ ନାୟକ, ଅନିଲ ବଳ ପ୍ରମୁଖ ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକା ପାଇଁ ଅଂଚଳର ଲୋକଙ୍କ ଭିଡ ଜମୁଥିବାରୁ ସ୍ଥାନୀୟ ମଧୁପୁରଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକା ପ୍ରଦାନ ନିମନ୍ତେ ବିଧାୟକଙ୍କୁ ଜଣାଇବାରୁ ବିଧାୟକ ଏହାର ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ।
ଫଳସ୍ୱରୁପ ଆଜି ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ଜିଲାପରିଷଦ ସଦସ୍ୟା ପ୍ରଣତୀ ଲେଙ୍କା ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲା ବେଳେ ପଂଚାୟତ ସଭାପତି ଜଗଦୀଶ ଜେନାମଣି, ଆୟୁସ ଡା. ସଞ୍ଜୟ କୁମାର ଓଝା ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ। ଟୀକାକରଣ ପାଞ୍ଚଦିନ ଧରି ଚାଲିବାକୁ ରହିଥିବା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୁଧିର କମାର ସାହୁ ଜଣାଇଛନ୍ତି। ଟିକାକରଣର ପ୍ରଥମ ଦିନରେ ଶହେ ଲୋକ ଟୀକା ନେଇଥିବା ବେଳେ ପାଞ୍ଚଦିନରେ ପାଞ୍ଚ ଶହ ବରିଷ୍ଟ ୪୫ବର୍ଷରୁ ଅଧିକ ପୁରୁଷ ଓ ମହିଳାଙ୍କୁ ଏଥିରେ ସାମିଲ କରାଯିବ। ଏଠାରେ ସୂଚାରୁରୁପେ ଟୀକାକରଣର ବ୍ୟବସ୍ଥା କରାଇଥିବାରୁ ସ୍ଥାନୀୟ ଲୋକେ ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories