www.samajalive.in
Saturday, December 6, 2025
19.1 C
Bhubaneswar

ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ସହିଦ ଯବାନ ସଞ୍ଜୟଙ୍କ ନିଜ ଜନ୍ମ ମାଟିରେ ଶେଷକୃତ୍ୟ ସମ୍ପନ୍ନ

ଜି .ଉଦୟଗିରି: କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ରାଇକିଆ ବ୍ଳକ ଅଧିନସ୍ଥ ପେଟାପାଙ୍ଗା ଗ୍ରାମପଞ୍ଚାୟତ ସ୍ଥିତ ବାଗରାମା ଗ୍ରାମର ଓଡିଆ ଯବାନ ସଞ୍ଜୟ କୁମାର ପ୍ରଧାନ ୪୫ ବିହାର ରେଜିମେଣ୍ଟର ସିପାହୀ କୂପୱାରାରା ଜିଲାରେ କାର୍ଯ୍ୟରତ ସମୟରେ ସହିଦ ହୋଇଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ, ରାଜ୍ୟର ଦୁଇ ଓଡିଆ ଯବାନ ଦୀପକ୍ ଲାକରା ଓ ସଞ୍ଜୟ ପ୍ରଧାନ ଶ୍ରୀନଗର କୂପୱାରା ଜିଲା କିଗାଓଁ ଠାରେ ୧୩ ତାରିଖ (ରବିବାର) ଦିନ ପାଟ୍ରୋଲିଂ କରୁଥିବା ସମୟରେ ହଠାତ୍ ସଞ୍ଜୟ ଅସୁସ୍ଥତା ଅନୁଭବ କରିଥିଲେ। ହେଲେ ତାଙ୍କୁ ଡାକ୍ତରଖାନା ନେବାରେ ବିଳମ୍ବ ହୋଇଯାଇଥିଲା, ଫଳରେ ତାଙ୍କର ଦେହାନ୍ତ ଘଟିଥିଲା। ୧୩ ତାରିଖରେ ଦେହାନ୍ତ ଖବର ଜଣାପଡିବା ପରେ ସମସ୍ତ ବ୍ୟବସ୍ଥା କରି ଶ୍ରୀନଗରରୁ ମର ଶରୀର ୧୪ ତାରିଖ ଭୁବନେଶ୍ବର ବିମାନବନ୍ଦର ଅଣାଯାଇଥିଲା। ତାଙ୍କର ମରଶରୀର ଭୁବନେଶ୍ବର ପହଞ୍ଚିବା ପରେ ସେଠାରୁ ମଙ୍ଗଳବାର ଭୋର ସମୟରେ କଳିଙ୍ଗା ଡାକ ବଙ୍ଗଳା ନିକଟରେ ପହଞ୍ଚିଲା। ଏହାପରେ ଜି.ଉଦୟଗିରି ପୁଲିସ ସଞ୍ଜୟଙ୍କ ପାର୍ଥିବ ଶରୀର ଗ୍ରହଣ କରିଥିଲେ ଏବଂ ସସମ୍ମାନେ କଳିଙ୍ଗା ଠାରୁ ଶୋଭାଯାତ୍ରାରେ ସଞ୍ଜୟଙ୍କ ନିଜ ଜନ୍ମ ମାଟି ବାଗାରାମା ନିଆ ଯାଇଥିଲା।

 

- Advertisement -

ସେଠାରେ ପରିବାର ବର୍ଗ ତରଫରୁ ରୀତିନୀତି ଅନୁସାରେ ଶୋକ ସଭା ସାରି ଶେଷକୃତ୍ୟ ପାଇଁ ଶ୍ମଶାନକୁ ନିଆଯାଇଥିଲା। ଶ୍ମଶାନରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିବା ପରେ ବାଲିଗୁଡା ଉପ-ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆ, ଜିଲା ପରିଷଦ ଅଧ୍ୟକ୍ଷା ଆକାଂଙକ୍ଷା ପ୍ରଧାନ, ଉପଖଣ୍ଡ ପୁଲିସ ଅଧିକାରୀ ଡ.ତିରୁପତି ରାଓ ପଟ୍ଟନାୟକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁରେଶ ପ୍ରଧାନ, ସରପଞ୍ଚ ପ୍ରଭାକର ପ୍ରଧାନ, ଶୋକାକୁଳ ମା’ ଡୁଲି ପ୍ରଧାନ, ବିଧବା ଧର୍ମପତ୍ନୀ ବିନିତା ପ୍ରଧାନ, ଏକମାତ୍ର ପୁତ୍ର ସୌମ୍ୟଜିତ(ଆୟୁଷ) ଓ ଅଞ୍ଚଳବାସୀ ଶେଷ ଦର୍ଶନ କରିବା ସହ ଶହୀଦ ଯବାନଙ୍କୁ ପୁଷ୍ପ ଗୁଛ ଦେଇ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶେଷରେ ସମସ୍ତଙ୍କ ଉପସ୍ଥିତିରେ ପୁତ୍ର ସୌମ୍ୟଜିତ ମୁଖାଗ୍ନୀ ଦେଇଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories