www.samajalive.in
Saturday, December 6, 2025
23.1 C
Bhubaneswar

ଗୁଣିଗାରେଡିରେ ବାପା-ପୁଅଙ୍କୁ ହତ୍ୟା ଘଟଣା; ୨୪ ଘଣ୍ଟା ନ ପୁରୁଣୁ ୧୨ ଜଣଙ୍କୁ ଗିରଫ କଲା ଅଡବା ପୁଲିସ

ମୋହନା: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ ମୁଠା ଗୁଡା ଗ୍ରାମରେ ଶନିବାର ଦିନ ବିଳମ୍ବିତ ରାତିରେ ବାପା ଲୋକ ଦଳବେହେରା(୫୭) ଓ ପୁଅ ଅନୁକ ଦଳବେହେରା(୨୨)ଙ୍କୁ ହତ୍ୟା ଘଟଣାରେ ୧୨ଜଣଙ୍କୁ ଗିରଫ କରିଛି ଅଡବା ପୁଲିସ। ରବିବାର ଦିନ ମୃତ ଲୋକର ଝିଅ ଲୁଦିଆ ଗମାଙ୍ଗ (୩୦) ଗ୍ରାମର କିଛି ବ୍ୟକ୍ତିଙ୍କୁ ସନ୍ଦେହ କରି ଅଡବା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭର୍ତ୍ତିକରି ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଏସଆଇ ରବିନ୍ଦ୍ର କୁମାର ପାତ୍ର ମୁଠା ଗ୍ରାମରେ ପହଞ୍ଚି ଘଟଣାର ଛାନଭିନ୍ କରି ଘଟଣାରେ ସଂପୁକ୍ତ ଥିବା ୧୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜିରିମିୟ ରାଇକା (୪୨), ଜୁନେଶ ରଇତ (୩୫),ସେଠା ରାଇକା (୩୨), ଜସୁଆ ଗମାଙ୍ଗ (୩୦), ଅଭିମନ୍ୟୁ ରାଇକା (୩୪), ମିଖାଇଲ ଗମାଙ୍ଗ (୫୦), ସୋମନାଥ ଗମାଙ୍ଗ (୨୬), କୋରା ରଇତ (୫୩), ସଂଜୟ ଗମାଙ୍ଗ (୨୧), ଯୁନେଶ ଗମାଙ୍ଗ (୬୦), ବେଞ୍ଜାମିନ ଗମାଙ୍ଗ (୩୦) ।

ପୁଲିସର ସୂଚନା ପ୍ରକାରେ, ଦଳବେହେରାଙ୍କ ପରିବାର ଆଜକୁ ୩୦ ବର୍ଷ ହେଲା ପାଟିପଙ୍କା ଗ୍ରାମ ଛାଡି ମୁଠାଗୁଡ଼ା ଗ୍ରାମରେ ବସବାସ କରୁଥିଲେ। ମୃତ ଲୋକ ଅଞ୍ଚଳରେ ଲୋକମାନଙ୍କୁ ପେଟବଥା, ଝାଡ଼ା, ସାପ କାମୁଡା, ଜ୍ଵର ଆଦି ରୋଗ ହେଲେ ଝାଡପୁଙ୍ଖ କରିବା ସହ ଚେରମୂଳୀ ଔଷଧ ଦିଅନ୍ତି। ସେଥିମଧ୍ୟରୁ କୌଣସି କାରଣରୁ ଗ୍ରାମରେ ୨ରୁ ୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ଗ୍ରାମବାସୀ ଲୋକ ଉପରେ ଗୁଣୀ ସନ୍ଦେହ କରି ଆସୁଥିଲେ। ମାସେ ତଳେ ଗ୍ରାମର ମିଖାଇଲ ଗମାଙ୍ଗଙ୍କ ପୁଅ ସୁକାନ୍ତ ଗମାଙ୍ଗ (୨୨)ଙ୍କ ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ମେତିକାଲରେ ମୃତ୍ୟୁବରଣ କରିଥିଲେ। ତେଣୁ ଲୋକ ଓ ତାଙ୍କ ପୁଅ ଅନୁକ ଗୁଣୀ କରି ସୁକାନ୍ତକୁ ମାରିଦେଇ ଥିବା ସନ୍ଦେହ କରି ଉତେଜିତ ହୋଇ ରହିଥିଲେ। ଫଳରେ ଗତ ୧୨ର ରାତିରେ ଗ୍ରାମରେ ଏକ ଜରୁରୀ ବୈଠକ ବସିଥିଲା। ବୈଠକରେ ବାପ-ପୁଅଙ୍କୁ ଗୁଣୀ ଉପରେ ତାଗିତ କରାଯାଇଥିଲା। ଶନିବାର ଦିନ ଘଟଣା ଘଟିଥିବା ସ୍ଥାନ ନିକଟରେ ଏକ ପୂଜାର୍ଚ୍ଚନା କରି ଇଷ୍ଟ ଖଣ୍ଡନ ନିମନ୍ତେ ପୂଜା ଅର୍ଚ୍ଚନା କରାଯାଇଥିଲା। ସେହି ସ୍ଥାନକୁ ବାପା-ପୁଅକୁ ଡାକି ଗୁଣୀ ଗାରେଡି କରି ଯାହା କିଛି ଭୂଲ ହୋଇଛି ତାହାର କ୍ଷମା ପ୍ରାର୍ଥନା କରାଇଥିଲେ । ଠିକ ସେହି ସମୟରେ ପୂର୍ବ ରାଗକୁ ସୁଝାଇବା ପାଇଁ ଉତେଜିତ ହୋଇ ରହିଥିବା ଲୋକେ ପୂଜା ସରିବାପରେ ପଥର, ଠେଙ୍ଗାରେ ଆତର୍କିତ ଭାବେ ଆକ୍ରମଣ କରି ଗଳାକୁ ଦବାଇ ହତ୍ୟା କରିଥିଲେ। ଗ୍ରାମର ୧୨ ଜଣଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ଜଣେ କରୋନା ସଂକ୍ରମିତ ଥିବା ଜଣାପଡିଛି । ୧୧ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆକ୍ରାନ୍ତ ରୋଗୀକୁ ଜିଲ୍ଲା ପ୍ରଶାସନର କୋଭିଡ ନିୟମ ଅନୁଯାୟୀ ପାରଳାଖେମୁଣ୍ଡି ପଠାଯାଇଥିବା ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏବଂ ଜନସାଧାରଣ ଗୁଣୀ ଭଳି ଏକ ଅନ୍ଧବିଶ୍ୱାସଠାରୁ ଦୂରେଇ ରହି ସଚେତନ ହେବା ପାଇଁ ଏସଡିପିଓ ଅନୁରୋଧ କରିଛନ୍ତି। ଅପରପକ୍ଷେ ମୃତ ଲୋକଙ୍କ ଝିଅ ଦୋଷୀମାନଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories