www.samajalive.in
Sunday, December 14, 2025
14.1 C
Bhubaneswar

ଟିିକାକରଣ କ୍ଷେତ୍ରରେ ବିଏମସିର ସଫଳତା : ଟିକା ନେଲେଣି ୧୦ଲକ୍ଷ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟିିକାକରଣ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଛି। ଇତିମଧ୍ୟରେ ବିଏମସି ପକ୍ଷରୁ ୧୦ଲକ୍ଷ ପାନ ଟିକା ଦାନ କରାଯାଇଥିବା ଜଣାପଡ଼ିଛି। ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ମୋଟ ୬ ଲକ୍ଷ ୩୦ ହଜାର ୧୯୧ ଜଣଙ୍କୁ ପ୍ରଥମ ପାନ ଓ ୩ ଲକ୍ଷ ୭୯ ହଜାର ୫୦୫ ଜଣଙ୍କୁ ଉଭୟ ପ୍ରଥମ ଓ ଦ୍ୱିତୀୟ ପାନ ଟିକା ଦିଆଯାଇଛି ବୋଲି ବିଏମସି କମିଶନର ସଞ୍ଜୟ ସିଂହ କହିଛନ୍ତି।
ଅନ୍ୟପକ୍ଷରେ ବିଏମସି ଜୁଲାଇ ୧୫ ସୁଦ୍ଧା ସହରର ସମସ୍ତ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଥମ ପାନ ଓ ଅଗଷ୍ଟ ଶେଷ ସୁଦ୍ଧା ଦ୍ୱିତୀୟ ପାନ ଟିକା ଦେବା ପାଇଁ ଯୋଜନା କରିଛି।
ସହରର ୫୫ ଟି ଟିକାକରଣ କେନ୍ଦ୍ରରେ ଦୈନିକ ୧୮ ହଜାରରୁ ୨୦ ହଜାର ଲୋକଙ୍କୁ ଟିକାକରଣ କରାଯାଉଥିବାବେଳେ ବିଭିନ୍ନ ନାଗରିକ ସଂସ୍ଥା ୬୦ଟି କେନ୍ଦ୍ରରେ ଏହି ସଂଖ୍ୟାକୁ ୨୮ ହଜାରରୁ ୩୦ ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories