www.samajalive.in
Friday, December 12, 2025
27.1 C
Bhubaneswar

ଜି.ଉଦୟଗିରିରେ ଅଧ୍ୟକ୍ଷା ଉପ ନିର୍ବାଚନ – ୧୩ଟି ବୁଥରୁ ଅତି ଉତ୍ତେଜନ ପ୍ରବଣ ୯ଟି ବୁଥ

ଜି.ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଉପ ନିର୍ବାଚନ ପ୍ରତ୍ୟକ୍ଷ ଭାବେ ଆସନ୍ତାକାଲି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରିଷଦର ୧୩ ଗୋଟି ଓ୍ବାର୍ଡରେ ୩୮୧୧ ଜଣ ପୁରୁଷ ଭୋଟର,୪୩୪୧ ଜଣ ମହିଳା ଭୋଟର,୩  ଜଣ ତୃତୀୟଲିଙ୍ଗୀ ଭୋଟର ମୋଟ ୮୧୫୫ ଜଣ ଭୋଟଦାନରେ ଏଥିରେ ଅଂଶଗ୍ରହଣ କରିବେ।
୧୩ ଗୋଟି ଓ୍ବାର୍ଡ ପାଇଁ ବିଭିନ୍ନ ସ୍ଥାନରେ ୧୩ ବୁଥ କରାଯାଇଥିବାବେଳେ ସେଥି ମଧ୍ୟରୁ ସରକାରୀ ୟୁ.ପି ସ୍କୁଲ,ପଦାସାହିରେ ୧ନଂ ଓ୍ବାର୍ଡ ଭୋଟର ଭୋଟଦାନ କରିବାକୁ ବ୍ୟବସ୍ଥା କରାଯାଇଥିବାବେଳେ,୨,୩,୯ ଓ ୧୦ନଂ ଓ୍ବାର୍ଡର ଭୋଟରଙ୍କ ନିମନ୍ତେ ସରକାରୀ ୟୁ.ପି ସ୍କୁଲ,ହାତିଶାଳ,୪ନଂ ଓ୍ବାର୍ଡର ଭୋଟରଙ୍କ ନିମନ୍ତେ ୟୁ.ପି ସ୍କୁଲ ଶ୍ରୀରାମପଦା,୫ନଂ ଓ୍ବାର୍ଡର ଭୋଟର ହାଟପଦା ପ୍ରାଥମିକ ବିଦ୍ୟାଳୟ,୬,୭ ଓ ୮ନଂ ଓ୍ବାର୍ଡର ଭୋଟରଙ୍କ ନିମନ୍ତେ ହବାକ ଉଚ୍ଚ ବିଦ୍ୟାଳୟ,୧୧ନଂ ଓ୍ବାର୍ଡର ଭୋଟରଙ୍କ ନିମନ୍ତେ ବ୍ଳକ କଲୋନୀ ସରକାରୀ ବିଦ୍ୟାଳୟ,୧୨ନଂ ଓ୍ବାର୍ଡର ଭୋଟରଙ୍କ ନିମନ୍ତେ ୟୁ.ପି ସ୍କୁଲ,କନବାଗେରୀ ଏବଂ ୧୩ନଂ ଓ୍ବାର୍ଡର ଭୋଟରଙ୍କ ନିମନ୍ତେ ୟୁ.ପି ସ୍କୁଲ ରାବାନାଜୁ ଠାରେ ଭୋଟଦାନ ବ୍ୟବସ୍ଥା କରାଯାଇଥିବା ନେଇ ପରିଷଦ ପକ୍ଷରୁ ସୂଚନା ମିଳିଛି। ସେଥି ମଧ୍ୟରୁ ୯ ଗୋଟି ବୁଥ ଯଥା ୧,୨,୩,୪,୫,୯,୧୦,୧୨ ଓ ୧୩ନଂ ବୁଥ ଅତି ଉତ୍ତେଜନା ପ୍ରବଣ ବୁଥ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି।ତେବେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories