www.samajalive.in
Friday, December 12, 2025
23.1 C
Bhubaneswar

ମାନବିକତା ଓ ଦଳଗତ କାର୍ଯ୍ୟର ନିଦର୍ଶନ ହେଉଛି ସୁଡ଼ଙ୍ଗରୁ ୪୧ ଶ୍ରମିକ ଉଦ୍ଧାର – ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ସିଲକ୍ୟାରା ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକମାନଙ୍କ ଉଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ଉଦ୍ଧାରକାରୀଙ୍କ ସାହସିକତା ଏବଂ ନିଷ୍ଠାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଗତ ୧୬ ଦିନ ଧରି ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକମାନଙ୍କୁ ସେମାନେ ନୂତନ ଜୀବନ ଦେଇଛନ୍ତି, ସେମାନେ ମାନବିକତା ଏବଂ ଦଳଗତ କାର୍ଯ୍ୟର ଅନନ୍ୟ ନିଦର୍ଶନ ପ୍ରଦର୍ଶନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ଏକ୍ସରେ କହିଛନ୍ତି, ଉତ୍ତରକାଶୀରେ ଆମର ଶ୍ରମିକ ଭାଇମାନଙ୍କ ଉଦ୍ଧାର କାର୍ଯ୍ୟର ସଫଳତା ସମସ୍ତଙ୍କୁ ଭାବପ୍ରବଣ କରୁଛି। ସୁଡ଼ଙ୍ଗରେ ଫସି ରହିଥିବା ବନ୍ଧୁମାନଙ୍କୁ ମୁଁ କହିବାକୁ ଚାହେଁ ଯେ ଆପଣଙ୍କର ସାହସ ଏବଂ ଧୈର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି। ମୁଁ ଆପଣମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।

- Advertisement -


“ଶ୍ରୀ ମୋଦୀ କହିଛନ୍ତି, ଏହା ଅତ୍ୟନ୍ତ ସନ୍ତୋଷଜନକ ବିଷୟ ଯେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଆମର ଏହି ବନ୍ଧୁମାନେ ବର୍ତ୍ତମାନ ସେମାନଙ୍କ ପ୍ରିୟଜନଙ୍କୁ ଭେଟିଛନ୍ତି। ଏହି ଆହ୍ୱାନ ସମୟରେ ସମସ୍ତ ପରିବାର ଦେଖାଇଥିବା ଧୈର୍ଯ୍ୟ ଏବଂ ସାହସକୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଉଦ୍ଧାର ଅଭିଯାନରେ ଜଡିତ ସମସ୍ତେ ମାନବିକତା ଏବଂ ଦଳଗତ କାର୍ଯ୍ୟର ଏକ ଉଦାହରଣ ସୃଷ୍ଟି କରିଛନ୍ତି।


ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ସିଲକ୍ୟାରା ସୁଡ଼ଙ୍ଗରେ ୧୭ ଦିନ ହେବ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସେହି ୪୧ ଜଣ ଶ୍ରମିକ ସୁସ୍ଥ ଥିବା ଜଣାପଡିଛି। କେନ୍ଦ୍ର ସରକାର, ଉତ୍ତରାଖଣ୍ଡ ସରକାର, ୫ଟି ମନ୍ତ୍ରାଳୟ, ଭାରତୀୟ ସେନା, ଏନଡିଆରଏଫ, ଏସଡ଼ିଆରଏଫ, ସ୍ଥାନୀୟ ପୁଲିସ ପ୍ରଶାସନ, ସରକାରୀ ଓ ବେସରକାରୀ ସଂସ୍ଥାର ଅକ୍ଲାନ୍ତ ଉଦ୍ୟମ ସଫଳ ହୋଇଛି ଯାହା ଫଳରେ ୪୧ଟି ଅମୁଲ୍ୟ ଜୀବନ ପୁଣି ନିଜ ପରିବାର ସହ ଏକ ହୋଇଛନ୍ତି। ସେହି ଶ୍ରମିକମାନେ ସୁଡ଼ଙ୍ଗ ଭିତରୁ ବାହାରକୁ ଆସିବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଓ କେନ୍ଦ୍ର ମନ୍ତ୍ରୀ ଜେନେରାଲ ଭି କେ ସିଂହ ସେମାନଙ୍କ ସହ କଥା ହୋଇଛନ୍ତି ଓ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories