www.samajalive.in
Friday, December 12, 2025
26.1 C
Bhubaneswar

ଆବର୍ଜନାରୁ  ଆବିଷ୍କାର  ଆତ୍ମବିଶ୍ବାସର ପ୍ରଥମ ପାହାଚ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଳକ ଅନ୍ତର୍ଗତ ନୂଆଁ ଖଇର ପାଲି  ସ୍ଥିତ କୋଶଳ ସ୍କୁଲରେ ବହୁମୁଖୀ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ  ନିର୍ଦ୍ଦେଶିକା  ନଳିନୀ ପଟ୍ଟନାୟକ, ଅତିରିକ୍ତ ନିର୍ଦ୍ଦେଶିକା ମଧୁ ପଟ୍ଟନାୟକ, ଅଧ୍ୟକ୍ଷ ରବୀନ୍ଦ୍ର ନାଥ ବେହେରା ଆନୁଷ୍ଠାନିକ ଭାବେ ଏହି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ଏଥିରେ ସମୁଦାୟ ୨୩୯ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସେଥି ମଧ୍ୟରୁ ବିଜ୍ଞାନରେ ୨୧ ଗୋଟି, ସାମାଜିକ ବିଜ୍ଞାନ ୧୮ ଗୋଟି, ଚିତ୍ରାଙ୍କନ ୮୦୦ ଟି, କଳା ଓ ହସ୍ତ ଶିଳ୍ପରେ ୨୦୦ ଟି, ଭିଟାମିନ ସମ୍ୱନ୍ଧୀୟ ଫଳକୁ ନେଇ ୧୦ ଟି , ବର୍ଜ୍ୟବସ୍ତୁକୁ ନେଇ ୪୫ ଟି ପ୍ରକଳ୍ପ ଛାତ୍ରଛାତ୍ରୀ ପ୍ରଦର୍ଶିତ କରିଥିଲେ। ଲରମ୍ଭା କଲେଜ ଅଧ୍ୟକ୍ଷ ପ୍ରମୋଦ କୁମାର ଭୋଇ ଓ ପ୍ରାଣୀ ବିଜ୍ଞାନ ଅଧ୍ୟାପିକା କାଦମ୍ବିନୀ ଗୁରୁ ବିଚାରକ ଭାବେ ଯୋଗ ଦେଇଥିଲେ। ସ୍କୁଲ ପରିଚାଳନା କମିଟି ଉପ ଅଧ୍ୟକ୍ଷ ପି ରାମା ରାଓ ସ୍କୁଲ ପକ୍ଷରୁ ବିଚାରକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories