ବରିଷ୍ଠ ବିଜେଡି ନେତା ଏଲ. ବୁଲିଆନଙ୍କ ହୃଦଘାତରେ ପରଲୋକ

ଜି.ଉଦୟଗିରି: କନ୍ଧମାଳ ଜିଲା ଟିକାବାଲି ବ୍ଲକ ଅନ୍ତର୍ଗତ ରୁଦାଙ୍ଗିଆ ଗ୍ରାମର ଜଣାଶୁଣା ବରିଷ୍ଠ ବିଜେଡି ନେତା ଏଲ. ବୁଲିଆନଙ୍କ ୫୭ ବର୍ଷ ବୟସରେ ଆଜି ଭୋର ପ୍ରାୟ ୩ଟା ସମୟରେ ଜି.ଉଦୟଗିରି ସ୍ଥିତ ଭଡାଘରେ ହୃଦଘାତରେ ପରଲୋକ ହୋଇଯାଇଛି। ଏଲ. ବୁଲିଆନ ଉଚ୍ଚ ଶିକ୍ଷା ଲାଭ କରିବା ପରେ ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ କାର୍ୟ୍ୟ କରୁଥିଲେ। କିନ୍ତୁ ରାଜନୀତି ଓ ସମାଜସେବାରେ ଅଧ୍ୟାପକ ଚାକିରି ସନ୍ତୁଷ୍ଟ କରି ନପାରିବାରୁ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୯୮ ମସିହାରେ ଜନତା ଦଳ ପକ୍ଷରୁ ସାଂସଦ ପ୍ରାର୍ଥୀ ଭାବେ, ୨୦୧୪ ମସିହାରେ ଦଶପଲା ଆସନରୁ କଂଗ୍ରେସ ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ପରାଜୟ ବରଣ କରିଥିଲେ। ୨୦୧୦ ମସିହାରେ କଂଗ୍ରେସ ଦଳର ଜିଲା ଯୁବ ସଭାପତି ଭାବେ ଦାୟିତ୍ବ ତୁଲାଇ କଂଗ୍ରେସ ଦଳକୁ ସୁଦୃଢ କରିବା ସହ ଜିଲାରେ ନିଜର ବେଶ ପରିଚୟ ସୃଷ୍ଟି କରିପାରିଥିଲେ। ଚଳିତ ପୌର ନିର୍ବାଚନରେ ୬ନଂ ୱର୍ଡରୁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ କାଉନସିଲର ନିର୍ବାଚିତ ହୋଇଥିବା ବେଳେ, ବୈଠକରେ ବିଜ୍ଞାପିତ ଅଞ୍ଚଳର ବିକାଶ ପାଇଁ ଅଧ୍ୟକ୍ଷା, ୱାର୍ଡ ସଭ୍ୟ/ସଭ୍ୟାଙ୍କୁ ମୁନିସପାଲ ଆଇନ ଜଣେ ଆଇନଜୀବୀ ହିସାବରେ ଆଇନ୍ କଥା ବୁଝାଉଥିଲେ। ତେଣୁ ସେ ଜି.ଉଦୟଗିରି ବାର ଆସୋସିଏସନର ସଭାପତି ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଥିଲେ। ସେ ଜଣେ ନିର୍ଭିକ, ସ୍ପଷ୍ଟବାଦୀ ଥିଲେ। ତାଙ୍କ ବିୟୋଗରେ ଜିଲାରେ ଶୋକର ଛାୟା ଖେଳିଯାଇଛି।

ଆଜି ତାଙ୍କ ନିଜ ଜନ୍ମମାଟି ରୁଦାଙ୍ଗିଆ ଠାରେ ଅପରାହ୍ନରେ ସମାଧି ଦିଆଯାଇଥିଲା। ପାଖରେ ମା ମେରିଆ, ଧର୍ମପତ୍ନୀ ସୁଜାତା, ପୁଅ ବ୍ଳିସ, ଝିଅ ବ୍ଳୁମି, ଭଉଣୀ ମାମୀ, ଭିଣୋଇ ନିମ୍ରଦଙ୍କ ସହ ଆତ୍ମୀୟ ସ୍ବଜନ ପରିବାର ବର୍ଗ ଉପସ୍ଥିତ ଥିଲେ। ଏଲ.ବୁଲିଆନଙ୍କ ବିୟୋଗରେ ପଞ୍ଚାୟତରାଜ,ଜଙ୍ଗଲ ପରିବେଶ ଓ ଲୋକସମ୍ପର୍କ ମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକ, ବିଧାୟକ ସାଲୁଗା ପ୍ରଧାନ, ଅଭିମନ୍ୟୁ ବେହେରା, ଅଜୟନ୍ତି ପ୍ରଧାନ, ଟିକାବାଲି ବ୍ଳକ ଅଧ୍ୟକ୍ଷ ଦିଲ୍ଲୀପ କୁମାର କହଁର ,ବରିଷ୍ଠ ବିଜେଡି ନେତା ପ୍ରତାପ ଦାସ, ଜି.ଉଦୟଗିରି ବ୍ଳକ ଅଧ୍ୟକ୍ଷା ସୁଷମା ପ୍ରଧାନ, ସାମ୍ବାଦିକ ବିଦ୍ୟାଧର ପାଳ, ଦେବନାଥ ଦଳବେହେରା, ସମୀର କୁମାର ପାଢୀ, ରାମକୃଷ୍ଣ ଚୌଧୁରୀ, ପ୍ରତାପ ଚନ୍ଦ୍ର ପାଢୀ, ସୁନୀଲ ପଟ୍ଟନାୟକ, ସନ୍ତୋଷ ଦିଗାଲ, ବାର ଆସୋସିଏସନ ସଭାପତି ଫ୍ରାଙ୍କଲିନ୍ ନାୟକ,ସ ମ୍ପାଦକ ରଞ୍ଜନ କୁମାର ନାୟକ ସମେତ ସମସ୍ତ ଆଇନଜୀବୀ ଗଭୀର ଶୋକ ପ୍ରକାଶ ସହ ଅମର ଆାତ୍ମା ସଦଗତି କାମନା କରିଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନା କରିଥିଲେ।

Comments are closed.