ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ

ଜି.ଉଦୟଗିରି: ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସଭାଗୃହରେ ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀ ଡା.ରତିକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ ମୂଖ୍ୟ ଅତିଥି ଭାବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୂଷମା ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର, ଗୋଷ୍ଠି ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମିଦା ପ୍ରଧାନ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ତ୍ତବିଭାଗ ଜନସ୍ବାସ୍ଥ୍ୟ ବିଭାଗ, ସହ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଆୟୋଜିତ ବୈଠକରେ ଡ଼ାକ୍ତର ଗୃହ, କର୍ମଚାରୀ ଗୃହ ନଥିବା ସହ ଗ୍ରେସିଁଗିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ବର୍ଷା ଦିନରେ ପାଣି ଝର ବାହାରିବା, ଡ୍ରେନେଜ ବ୍ୟବସ୍ଥା ସିକଲସେଲ ରୋଗୀ ପାଇଁ ଆବଶ୍ୟକତା ଅନୁଯାୟୀ ରକ୍ତ ଭଣ୍ଡାର କରି ଗଛିତ ରଖିବା, ଡ୍ରେନେଜ ବ୍ୟବସ୍ଥା ଠିକ ନଥିବାରୁ ବର୍ଷା ପାଣି ଠିକ ଭାବେ ନିସ୍କାସନ ନହେବା, ଔଷଧ ଆବଶ୍ୟକତା ଅନୁଯାୟୀ ମିଳୁନଥିବା, ଶବ ବ୍ୟବଛେଦ ଗୃହ ଓ ଶବ ସଂରକ୍ଷଣ ଗୃହ ମରାମତି କରିବା ଆଦି ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଏଥି ସହିତ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକର ଉନ୍ନୟନ ପାଇଁ ୩୦ଲକ୍ଷ ଟଙ୍କାର ଅନୁମୋଦନ ନିମନ୍ତେ ପଠାଯାଇଥିବା ବେଳେ ଏପର୍ଯ୍ୟନ୍ତ ମିଳିନଥିବା ନେଇ ବୈଠକରେ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଥିଲେ।
Comments are closed.