ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ ଏ ସି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଦୁଇ ଦିନ ଧରି ଚାଲିଥିବା ୧୬ ତମ ବାର୍ଷିକ କ୍ରୀଡା ଆଜି ସମ୍ପନ୍ନ ହୋଇଛି। ପ୍ରଥମ ଦିବସରେ ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ବାର୍ଷିକ କ୍ରୀଡାକୁ ଉଦଘାଟନ କରିଥିବା ବେଳେ ବିଦ୍ୟାମନ୍ଦିରର ଉପ ସଭାପତି ରବି ନାରାୟଣ ଦାଶ ଓ ନୋଡାଲ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଲବ ସାହୁ ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କ୍ରୀଡାର ଭୂମିକା ଉପରେ ଉଦବୋଧନ ଦେବାକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ଯେ ଏକ ସୁସ୍ଥ ଜୀବନ ପାଇଁ କ୍ରୀଡାର ବିକଳ୍ପ ନାହିଁ।
Popular Categories



