ଜି ଉଦୟଗିରି : ଜି.ଉଦୟଗିରି ସେକ୍ସନ ପାଜିମାହା ଏବଂ ଗମ୍ଭାରିଗୁଡା ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ସାମନ୍ତ ଦିଗାଲ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ଦିଗାଲ କୌଣସି କାମରେ ବାହାରକୁ ଯାଇଥିବାବେଳେ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସେପଟେ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବାବେଳେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ କ୍ଷତିପୂରଣର ପ୍ରତିଶ୍ରୁତି ଦେଇଛନ୍ତି।
Popular Categories



