www.samajalive.in
Saturday, December 6, 2025
16.1 C
Bhubaneswar

ଗଞ୍ଜେଇ ବୋଝେଇ କାର ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

ଜି.ଉଦୟଗିରି : ଆଜି ସକାଳ ପ୍ରାୟ ୭.୩୦ ଘଣ୍ଟା ସମୟରେ ଜି.ଉଦୟଗିରି ଥାନା ଅନ୍ତର୍ଗତ ରାଇପଦା ନିକଟରେ ଏକ କାର ଦୁର୍ଘଟଣା ଗସ୍ତ ହୋଇ ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଦୁଇ ଜଣ ଆହାତ ହୋଇଥିବା ଜଣାପଡିଛି।
ଏହି କାର ଯୋଗେ ତିନି ଯୁବକ ବାଲିଗୁଡ଼ା ବରଖମାରୁ ଭୁବନେଶ୍ବର ଅଭିମୂଖେ ଯାଉଥିବା ବେଳେ ଜି.ଉଦୟଗିରି ବ୍ଳକ କଳିଙ୍ଗା ପଞ୍ଚାୟତର ରାଇପଦା ନିକଟରେ ଏକ ଆମ୍ବ ଗଛ ସହ ଧକ୍କା ଦେବା ଫଳରେ ଜଣେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଦୁଇଜଣ ଆହାତ ହୋଇ ଥିଲେ ।
ଖବରପାଇ ଘଟଣା ସ୍ଥଳରେ ଜି.ଉଦୟଗିରି ପୁଲିସ ,ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତ୍ବର ହୋଇଥିବା ଲୋକଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । କାରରେ ନିଳାଞ୍ଚଳ ବାହାଦୂର ୨୩,ରାମଚନ୍ଦ୍ର ପାତ୍ର ୩୮, ପ୍ରଭାତ ପାଢ଼ୀ ୨୩ ସମସ୍ତଙ୍କର ଘର ଭୁବନେଶ୍ୱର ହୋଇଥିବା ବେଳେ ପ୍ରଭାତ ପାଢ଼ୀ ମୃତ୍ୟବରଣ କରିଥିବା ଜଣାପଡିଛି। ଘଟଣା ସ୍ଥଳରେ ଜି ଉଦୟଗିରି  ପୁଲିସ  ପହଞ୍ଚି ତଦନ୍ତ କରୁଥିବା ବେଳେ ଆହତ ନରେନ୍ଦ୍ର ବାହାଦୂରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।  ଦୁର୍ଘଟଣା ହୋଇ ଗାଡିରୁ ଗଞ୍ଜେଇ ରାସ୍ତାରେ ପଡି ଥିବା ନେଇ ଘଟଣାସ୍ଥଳରେ ରୁଣ୍ଡ ହୋଇଥିବା ଲୋକେ ଆଲୋଚନା କରୁଥିବା ସୂଚନା ମିଳିଛି ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories