www.samajalive.in
Saturday, December 6, 2025
17.1 C
Bhubaneswar

ଉଦଘାଟନ ହେବ ଶିଶୁଭବନ ଜି+୬ କୋଠା

ସମାଜ ଡିଜିଟାଲ ଡେସ୍କ: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନ(ଶିଶୁଭବନ)କୁ ନୂଆ ରାସ୍ତା ଫିଟିଛି। ଦୀର୍ଘଦିନ ଧରି ବିବାଦରେ ଫସିଥିବା ଶିଶୁଭବନର ରିଂ ରୋକ ପାର୍ଶ୍ବରେ ଥିବା ନୂତନ ଫାଟକ ଖୋଲିଛି। ଏହି ନୂତନ ଫାଟକ ସହ ନୂଆ କୋଠାକୁ ବିଧିବଦ୍ଧ ଭାବେ ଶୁକ୍ରବାର ଉଦଘାଟନ କରିବେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ। ଏଥିପାଇଁ ବୁଧବାର ଜିଲାପାଳ ଏବଂ ଡିସିପି କାର୍ଯ୍ୟ ସମୀକ୍ଷା କରିଥିବାବେଳେ ଗୁରୁବାର ସ୍ଵାସ୍ଥ୍ୟମନ୍ତ୍ରୀ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି।

ଶିଶୁଭବନ ପୂର୍ବ ଭାରତର ସର୍ବବୃହତ୍‌ ଶିଶୁ ରୋଗ ଚିକିତ୍ସା ପ୍ରତିଷ୍ଠାନ ଭାବେ ପରିଚିତ। ଅତ୍ୟାଧୁନିକ ଯନ୍ତ୍ରପାତିରେ ଶିଶୁ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ପାଇଁ ଶିଶୁ ଭବନରେ (ଜି+୬) ଅତ୍ୟାଧୁନିକ ଅଟ୍ଟାଳିକା ନିର୍ମାଣ କରାଯାଇଛି। ୧୨୭ କୋଟି ୩୫ ଲକ୍ଷ ୫୦ ହଜାର ୫୦୯ ଟଙ୍କା ବ୍ୟୟରେ ୨୦୨୦ ଫେବୃଆରୀରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ଦୁଇବର୍ଷ ହେବ ,ହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ବିଭିନ୍ନ କାରଣରୁ ଏହା କାର୍ଯ୍ୟକ୍ଷମ ହୋଇପାରୁ ନ ଥିଲା। ତେବେ ହାଇକୋର୍ଟ ଛାଟ ପରେ ପ୍ରତୀକ୍ଷାର ଅନ୍ତଘଟାଇ ଗତ ଫେବୃଆରୀ ମାସରେ ବହିର୍ବିଭାଗ, ଭେଷଜ ଓ୍ବାର୍ଡ ଓ ପ୍ରଶାସନିକ ଅଫିସ ଖୋଲିଛି। ନୂତନ କୋଠା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ ହୋଇଥିଲେ ମଧ୍ୟ ଏଠାରେ ଶିଶୁରୋଗୀଙ୍କ ଚିକିତ୍ସା ଆରମ୍ଭ  ହୋଇଛି। ହେଲେ ଏହି କୋଠାକୁ ବିଧିବଦ୍ଧ ଭାବେ ଉଦଘାଟନ କରାଯାଇ ନ ଥିଲା। ୧୧ ତାରିଖ ଶୁକ୍ରବାର ଦିନ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଦ୍ଵାରା ଏହାକୁ ଉଦଘାଟନ କରାଯିବ। ସେହିପରି ନୂତନ କୋଠାକୁ ସଂଯୋଗ କରି ନୂଆ ରାସ୍ତା ଫିଟିଛି। ଉକ୍ତ ରାସ୍ତା ରିଂ ବନ୍ଧରୁ ସିଧା ନୂଆ କୋଠାକୁ ସଂଯୋଗ କରିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories