BJD Bijuli 480×75 Mob

ଘିଅ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ ଘଟଣାର ଚୂଡାନ୍ତ ରାୟ ପ୍ରକାଶ

BJD Bijuli 480×75 Mob
0

ବ୍ରହ୍ମପୁର :  ୨୦୧୩ ମସିହାରେ ଜଣେ ଘିଅ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ କରିବା ସହିତ ସୁଟକେଶ ଲୁଟ୍ ​‌ ଘଟଣାର ଚୂଡାନ୍ତ ରାୟ ସୋମବାର  ପ୍ରକାଶ ପାଇଛି। ମୁଖ୍ୟ ଅଭିଯୁକ୍ତ ଟୁକୁନା ରାଉତକୁ ୧୨ ବର୍ଷ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି । ଜୋରିମାନା ଅର୍ଥ ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଦିଆଯାଇଛି । ଦୀର୍ଘ ସାଢ଼େ ୪ ବର୍ଷର ବିଚାର  ପରେ ୧୫ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି  ଗଂଜାମ ଜିଲ୍ଲା ଦୌରା ଜଜ ତାଙ୍କର ୨୯ ପୃଷ୍ଠା ସମ୍ବଳିତ ରାୟ ଦେଇଛନ୍ତି। ତେବେ ଘଟଣାରେ ଗିରଫ ଅନ୍ୟ ଦୁଇଜଣ ରବି ସାହୁ ଓ ଟୁକୁନା ଓରଫ ନାରାୟଣ ବିଶୋଇଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ନିର୍ଦେଶ ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ  ଗତ ୨୦୧୩ ମସିହା  ଡିସେମ୍ବର ୨୧ ତାରିଖରେ ଟୁକୁନା ରାଉତ ଓ ତା’ର ସହଯୋଗୀମାନେ ଜଣେ ଘିଅ ବ୍ୟବସାୟୀଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ ଓ ତାଙ୍କ ସୁଟକେଶ ଲୁଟି ନେଇଥିଲେ।

Leave A Reply