www.samajalive.in
Saturday, December 6, 2025
23.1 C
Bhubaneswar

ପାକିସ୍ତାନରେ ଅନ୍ତିମ ସଂସ୍କାର ହେଲା ମହଙ୍ଗା: ଶବ ପୋତି ଦେଉଛନ୍ତି ହିନ୍ଦୁ

ଅମୃତସର: ପାକିସ୍ତାନରେ ହିନ୍ଦୁମାନଙ୍କ ପାଇଁ ଅନ୍ତିମ ସଂସ୍କାର କରିବା ମହଙ୍ଗା ହୋଇଯାଇଛି। ଏହି କାରଣରୁ ଅନେକ ହିନ୍ଦୁ ଶବକୁ ପୋତି ଦେଉଛନ୍ତି ଓ ଆଉ କିଛି ଲୋକ ଅସ୍ଥି ବିସର୍ଜନ ପାଇଁ ଅପେକ୍ଷା କରି ରହିଛନ୍ତି। ପାକିସ୍ତାନରେ ହିନ୍ଦୁ ଧର୍ମ ଅନୁସାରେ, ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏହା ବ୍ୟତୀତ ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିବା ପାଇଁ ଦୀର୍ଘ ଦିନ ଧରି ଭିଜାକୁ ଅପେକ୍ଷା କରିବା, ଇସଲାମାବାଦରେ ଚକ୍କର କାଟିବା ତଥା ଅସ୍ଥିକୁ ହରିଦ୍ୱାର ପର୍ଯ୍ୟନ୍ତ ନେବା ଖର୍ଚ୍ଚ ଅଲଗା। ତେଣୁ ଅଧିକାଂଶ ପାକିସ୍ତାନୀ ହିନ୍ଦୁ ସନାତନ ଧର୍ମର ପରମ୍ପରା ବିରୁଦ୍ଧରେ ଯାଇ ଶବକୁ ପୋତିବା ଆରମ୍ଭ କରିଛନ୍ତି।

ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଜାମ୍ମୁ–କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ଭାରତ-ପାକିସ୍ତାନ ମଧ୍ୟରେ ଏକ ପୋଲ ଭଳି କାମ କରୁଥିବା ସମଝୌତା ଏକ୍ସପ୍ରେସ ଓ ସଦ୍‍ଭାବନା ବସ୍‍ ସେବା ବନ୍ଦ ହୋଇଗଲା। ଏହି କାରଣରୁ ପାକିସ୍ତାନରେ ବାସ କରୁଥିବା ହିନ୍ଦୁମାନଙ୍କୁ ନିଜ ଆତ୍ମୀୟ ସ୍ୱଜନଙ୍କ ଅସ୍ଥି ହରିଦ୍ୱାରର ଗଙ୍ଗା ନଦୀରେ ବିସର୍ଜନ କରିବାରେ ବାଧା ସୃଷ୍ଟି ହୋଇଛି। ପାକ୍‍ରେ ହଜାର ହଜାର ହିନ୍ଦୁଙ୍କ ଅସ୍ଥିକୁ କରାଚୀ ସହ ସିନ୍ଧ ପ୍ରଦେଶର ବିଭିନ୍ନ ମନ୍ଦିରରେ ରଖାଯାଇଛି। ପାକିସ୍ତାନୀ ହିନ୍ଦୁ ଏହି ଅସ୍ଥିଗୁଡ଼ିକୁ ଭାରତ ନେବା ପାଇଁ ପ୍ରତୀକ୍ଷା କରିଛନ୍ତି।

- Advertisement -

ପାକିସ୍ତାନ ପଞ୍ଜାବ ପ୍ରଦେଶର ପୂର୍ବତନ ହିନ୍ଦୁ ସାଂସଦ କାଞ୍ଜି ରାମ ଚାୱଲାଙ୍କ ଦ୍ୱାରା ପଠାଯାଇଥିବା ଏକ ସନ୍ଦେଶରେ କୁହାଯାଇଛି, ବହୁ ସଂଖ୍ୟକ ପାକିସ୍ତାନୀ ହିନ୍ଦୁ ତାଙ୍କ ଧାର୍ମିକ ପରମ୍ପରା ତଥା ମର୍ଯ୍ୟାଦା ଅନୁସାରେ ନିଜ ପରିଜନଙ୍କ ଅସ୍ଥି ଗଙ୍ଗାରେ ବିସର୍ଜନ କରିବାକୁ ଅପେକ୍ଷା କରିଛନ୍ତି। ସେମାନେ ସମଝୌତା ଏକ୍ସପ୍ରେସରେ ଦିଲ୍ଲୀ ଯାଉଥିଲେ। ସେଠାରୁ ଟ୍ରେନ ଦ୍ୱାରା ହରିଦ୍ୱାର ଯାଇ ନିଜ ପରିଜନଙ୍କ ଅସ୍ଥି ବିସର୍ଜନ କରୁଥିଲେ। ଭାରତ ସରକାର ପାକିସ୍ତାନୀ ହିନ୍ଦୁମାନଙ୍କ ଭାବନାକୁ ବୁଝି ଏହି ପ୍ରସଙ୍ଗର ସମାଧାନ କରାନ୍ତୁ ବୋଲି ଚାୱଲା କହିଛନ୍ତି। ଇସଲାମାବାଦ ସ୍ଥିତ ଭାରତୀୟ ଦୂତାବାସ ହିନ୍ଦୁମାନଙ୍କୁ ଶୀଘ୍ର ଭିଜା ଦେବାକୁ କହିଛନ୍ତି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories