www.samajalive.in
Saturday, December 6, 2025
26.1 C
Bhubaneswar

ସୋମବାର ଠାରୁ ଭିଡିଓ କନଫରେନ୍ସିଂରେ ଆରମ୍ଭ ହେବ କ୍ୟାଟ୍ ବେଞ୍ଚ; ଉପଯୁକ୍ତ ସୁରକ୍ଷା ପୋଷାକ ପରିଧାନ ପାଇଁ କେନ୍ଦ୍ରର ନିର୍ଦେଶ

ନୂଆଦିଲ୍ଲୀ : ରେଡ୍ ଓ ଅରେଞ୍ଜ ଜୋନରେ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଣାଣି ସମୟରେ କର୍ମଚାରୀମାନେ ସଠିକ୍ ଭାବେ ପୋଷାକ ପରିଧାନ କରିବା ପାଇଁ କେନ୍ଦ୍ର ନିର୍ଦେଶ ଦେଇଛି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସେବା ସହ ଜଡିତ ମାମଲାର ଶୁଣାଣି କରୁଥିବା କେନ୍ଦ୍ରୀୟ ପ୍ରଶାସନିକ ଅଧିକରଣ ପକ୍ଷରୁ ଏହି ନିର୍ଦେଶ ଦିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, ସେଣ୍ଟ୍ରାଲ୍ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ (କ୍ୟାଟ୍) ର ରେଡ୍ ଏବଂ ଅରେଞ୍ଜ ଜୋନରେ ଅବସ୍ଥିତ ବେଞ୍ଚ ସହିତ ଆବଶ୍ୟକ ମକଦ୍ଦମା ସମ୍ପୃକ୍ତ ବେଞ୍ଚର ରେଜିଷ୍ଟ୍ରାରଙ୍କ ସହ ଯୋଗାଯୋଗ କରି ଇ-ମେଲ୍ ମାଧ୍ୟମରେ ଦାଖଲ କରାଯାଇପାରିବ। ରେଜିଷ୍ଟ୍ରାର ଓକିଲ ଏବଂ ପାର୍ଟିକୁ ଇମେଲ ଆଇଡି ଦିଆଯିବ।

- Advertisement -

ବିବୃତ୍ତିରେ କୁହାଯାଇଛି ଯେ, ଯଦି ମୂଳ ଆବେଦନ ସଠିକ୍ ଫର୍ମାଟରେ ରହିଛି ତେବେ ଏହାର ତୁରନ୍ତ ଶୁଣାଣି ହେବା ଆବଶ୍ୟକ। ବେଞ୍ଚର ବିଭାଗୀୟ ମୁଖ୍ୟଙ୍କୁ ଏହି ବିଷୟରେ ଅବଗତ କରାଯାଇପାରିବ। ମାମଲାର ଶୁଣାଣି ହେବ କି ନାହିଁ ତାହା ଉପରେ ବେଞ୍ଚର ବିଭାଗୀୟ ମୁଖ୍ୟ ନିଷ୍ପତ୍ତି ନେବ। ଯଦି ସେ ଏହି ମାମଲାର ଶୁଣାଣି କରିବାକୁ ପ୍ରସ୍ତାବ ଦିଅନ୍ତି, ତେବେ ଏହା ଅନଲାଇନ୍ ଭିଡିଓ କନଫରେନ୍ସିଂ ସୁବିଧା ସିସ୍କୋ ୱେବ୍ ଏକ୍ସ ମାଧ୍ୟମରେ ଶୁଣାଣି ହେବ।

ମନ୍ତ୍ରଣାଳୟ ପକ୍ଷରୁ ଏହା ବି କୁହାଯାଇଛି ଯେ, ଭିଡିଓ କନଫରେନ୍ସିଂରେ ଅଂଶଗ୍ରହଣକାରୀମାନେ ଉପଯୁକ୍ତ ପୋଷାକ ପିନ୍ଧନ୍ତୁ କିମ୍ବା ଅତି କମରେ ସଠିକ୍ ପୋଷାକ ପରିଧାନ କରନ୍ତୁ। ଗ୍ରୀନ୍ ଜୋନରେ ଅବସ୍ଥିତ କ୍ୟାଟ୍ ବେଞ୍ଚ ସୋମବାର ଠାରୁ କାର୍ଯ୍ୟ ଆରମ୍ଭ କରିବ। ଗ୍ରୀନ୍ ଜୋନ ରେ ଅବସ୍ଥିତ କୋର୍ଟ ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀ ପାଳନ କରିବା ଉଚିତ୍ । ଯେପରି ସାମାଜିକ ଦୂରତା ବଜାୟ ରଖିବା, ପରିଷ୍କାର ପରିଚ୍ଛନ୍ନତା ଏବଂ ପ୍ରତ୍ୟକ୍ଷ ଯୋଗାଯୋଗରୁ ଦୂରେଇ ରହିବା ଉପରେ ଗୁରୁତ୍ବ ଦେବା ଉଚିତ୍। ବିବୃତ୍ତିରେ କୁହାଯାଇଛି ଯେ, ଏହି ବ୍ୟବସ୍ଥା ୧୭ ମେ ୨୦୨୦ ପର୍ଯ୍ୟନ୍ତ କିମ୍ବା ଆଗାମୀ ଆଦେଶ ପର୍ଯ୍ୟନ୍ତ ରହିବ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories