www.samajalive.in
Saturday, December 6, 2025
14.1 C
Bhubaneswar

ମଧ୍ୟରାତ୍ରିରେ ଭୂକମ୍ପ ପରି କମ୍ପି ଉଠିଲା ଘର, ଶୋଇବା ଘରକୁ ପଶି ଆସିଲା କାର

ଫରିଦାବାଦ : ମଧ୍ୟରାତ୍ରିରେ ଭୂକମ୍ପ ପରି କମ୍ପି ଉଠିଲା ଘର। ଆଉ କେହି କିଛି ବୁଝିବା ପୂର୍ବରୁ ହଠାତ୍ କାନ୍ଥ ଭାଙ୍ଗି ଶୋଇବା ଘରକୁ ପଶି ଆସିଲା ଏକ କାର। ଏକଦମ୍ ଫିଲ୍ମ ଷ୍ଟାଇଲରେ। ଘର ଭିତର ଏତେ ଧୂଳି ହୋଇଯାଇଥିଲା ଯେ ମୁହଁକୁ ମୁହଁ ଦିଶୁନଥିଲା। ଏହା କୌଣସି ଫିଲ୍ମର ଦୃଶ୍ୟ ଆମେ ଏଠାରେ ବୟାନ କରୁନାହୁଁ। ହରିୟାଣାର ଫରିଦାବାଦରେ ଏଭଳି ଏକ ଅଭାବନୀୟ ଘଟଣା ଗତକାଲି ମଧ୍ୟରାତ୍ରରେ ଘଟିଯାଇଛି।

ଫରିଦାବାଦରେ ଏକ ବାସଭବନରେ ଅମିତ ଏବଂ ତାଙ୍କ ପରିବାର ଶୁକ୍ରବାର ରାତିରେ ଶୋଇଥିଲେ। ରାତି ପ୍ରାୟ ସାଢେ ୧ଟା ସମୟରେ ହଠାତ୍ ଭୂକମ୍ପ ଭଳି ଅନୁଭବ ହେଲା । କେହି କିଛି ବୁଝିବା ଆଗରୁ ତାଙ୍କ ଶୋଇବା ଘରକୁ ପଶି ଆସିଲା ଏକ କାର । ଘରର କାନ୍ଥ ଭାଙ୍ଗି ଇଟା ଓ ପଥର ଖସିବାରେ ଲାଗିଥିଲା। କେହି କାହାକୁ ଦେଖି ପାରୁନଥିଲେ। ଟିଭି, ଘଣ୍ଟା ଆଦି ଆସବାବପତ୍ର ତଳେ ପଡି ଚୁରମାର ହୋଇ ଯାଇଥିଲା। ଘର ଭିତରେ ପାର୍କିଂ ହୋଇଥିବା ଏକ ମୋଟରସାଇକେଲ ଏବଂ ଦୁଇଟି ସ୍କୁଟି ନଷ୍ଟ ହୋଇଯାଇଥିଲା। ସେତେବେଳେ ତାଙ୍କ ମୋଟ୍ ୮ ଜଣ ସଦସ୍ୟ ଥିଲେ। ସୌଭାଗ୍ୟବଶତଃ କାହାର କିଛି କ୍ଷତି ହୋଇନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି କାର ଡ୍ରାଇଭର ହିମାଂଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ପ୍ରଥମିକ ଚିକିତ୍ସା ପରେ ତାଙ୍କୁ ଛାଡି ଦିଆଯାଇଥିଲା।

- Advertisement -

ପଚରାଉଚରା ବେଳେ ହିମାଂଶୁ କହିଥିଲେ ଯେ, ସେ ସେକ୍ଟର-୧୦ରେ ରୁହନ୍ତି। ସେ ଜଣେ ବ୍ୟବସାୟୀ। ବିଳମ୍ବିତ ରାତିରେ ସେ ତାଙ୍କ ଘର ଆଡକୁ ଯାଉଥିଲେ। ଏହି ସମୟରେ ଛକ ନିକଟରେ ଏକ ପଶୁକୁ ବଞ୍ଚାଇବାକୁ ଯାଇ ସେ ନିୟନ୍ତ୍ରଣ ହରାଇ ଘର ମଧ୍ୟକୁ ପଶି ଯାଇଥିଲେ। ପୁଲିସ ଏହି ଘଟଣାର ତଦନ୍ତ କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories