www.samajalive.in
Saturday, December 6, 2025
19.1 C
Bhubaneswar

୨ଦିନ ହେଲା ପଡ଼ିଆବେଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ଝୁଲିଛି: ରୋଗୀ ହନ୍ତସନ୍ତ

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ରେ ଥିବା ପଡ଼ିଆବେଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୨ ଦିନ ହେବ ହେଲା ବନ୍ଦ ରହିଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଥିବା ଜଣେ ମାତ୍ର ଫାର୍ମାସିଷ୍ଟ ଥିବାବେଳେ ଗତ ଏପ୍ରିଲ ମାସ ୩୦ ତାରିଖ ଦିନ ସେ ମଧ୍ୟ କାର୍ୟ୍ୟ ରୁ ଅଵସର ଗ୍ରହଣ କରିବା ପରେ, ସେହି ସ୍ଥାନରେ କାହାରିକୁ ନିଯୁକ୍ତି ଦିଆଯାଇ ନଥିବା ରୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ତାଲା ଝୁଲିଥିବାର ଜଣାପଡ଼ିଛି।ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ ଯୋଗୁଁ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ରୋଗୀ ମାନେ ହଇରାଣ ହେଉଥିବା ର ଦେଖା ଯାଇଛି। କରୋନା ସମୟରେ ଲୋକଡାଉନ ଥିବା ବେଳେ ରୋଗୀ ମନେ ନିକଟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ପ୍ରାଥମିକ ଚିକିତ୍ସା ସେବା ପାଇ ପାରୁଥିଲେ।ପଡ଼ିଆବେଡା ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ୧୬ କିମି ଦୂର ଥିବା ବେଳେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ୪୦ କିମି ଦୂରତ୍ୱ ରେ ଥିବାରୁ ରୋଗୀ ମାନଙ୍କୁ ହଇରାଣ ହେବାକୁ ପଡୁଛି।ପଡ଼ିଆବେଡା ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପଡ଼ିଆବେଡା,ଖଣ୍ଡବନ୍ଧଗ୍ରାମପାୟତ ସହିତ, ସୀମାନ୍ତ କେନ୍ଦୁଝର ଜିଲ୍ଲା ପାଖ ଗ୍ରାମ ଗୁଡିକ ର ରୋଗୀ ମାନେ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି। ଏଥିଯୋଗୁଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ତୁରନ୍ତ ଡାକ୍ତର, ଫାର୍ମରସିଷ୍ଟ ନିଯୁକ୍ତି କରି ଡାକ୍ତର ଖାନା କୁ ଖୋଲାଯାଇ ଚିକତ୍ସା ସେବା ଯୋଗାଈ ଦେବାକୁ ସ୍ଥାନୀୟ ଲୋକମାନେ ଦାବୀ କରିଛନ୍ତି। ଏ ସମ୍ପର୍କରେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦିବାକର ମାଝୀ ଙ୍କୁ ପଚାରିବାରୁ ସେ ଏ ବିଷୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଜଣାଇଥିବା ପ୍ରକାଶ କହିଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories