www.samajalive.in
Saturday, December 6, 2025
23.1 C
Bhubaneswar

ଏକାଠି କରନ୍ତୁ ନାହିଁ ଏସବୁ ଫଳର ସେବନ; ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଫଳ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହେବା ସହ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଆବଶ୍ୟକ। ଏହା ଭିଟାମିନ ଓ ମିନେରାଲ୍ସର ଉତ୍ତମ ସ୍ରୋତ। ଫାଇବର ସହ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ପ୍ରଚୁର ମାତ୍ରାରେ ରହିଛି। ନିୟମିତ ଫଳ ଖାଇବା ଦ୍ୱାରା ହୃଦୟ ଜନିତ ରୋଗ, କର୍କଟ, ବିିଭିନ୍ନ ସଂକ୍ରମଣ ଓ ମଧୁମେହ ଭଳି ରୋଗରୁ ରକ୍ଷା କରିବା ସହ ଲଢେଇ କରିବାରେ ସହାୟକ ହୋଇଥାଏ। ରୋଗ ସହ ଲଢେଇ କରିବାରେ ଖଟା ଜାତୀୟ ଫଳ ଅଧିକ ସହାୟକ ହୋଇଥାଏ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭିଟାମିନ ଓ ମିନେରାଲ୍ସ ଆବଶ୍ୟକ। ଏହା ଫଳରେ ପ୍ରଚୁର ପରିମାଣରେ ଥିବା ଫଳ ସେବନ କରିବା ଉଚିତ।
ଅଧିକାଂଶ ଲୋକେ ଫଳ ଖାଇବାର ସଠିକ ସମୟ ଓ କିଭଳି ଏହାକୁ ଖାଇବେ,ତାହା ଜାଣି ନଥାଆନ୍ତି। ସମସ୍ତ ଖାଦ୍ୟକୁ ସେବନ କରିବାର କିଛି ସ୍ୱତନ୍ତ୍ର ନିୟମ ରହିଛି। ଫଳରେ ଥିବା ପୋଷକ ତତ୍ତ୍ୱ ପାଇବା ପାଇଁ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ। ଫଳକୁ କେଉଁ ଜିନିଷ ଓ କେଉଁ ଫଳ ଏକାଠି ଖାଇବା ଉଚିତ ନୁହେଁ ଜାଣିବା ଆବଶ୍ୟକ। ଖାଦ୍ୟ ଖାଇବା ମଝିରେ କିମ୍ବା ଫଳ ଖାଇବା ମଝିରେ ପାଣି ପିଇବା ଉଚିତ ନୁହେଁ।
କିଛି ଏଭଳି ଖାଦ୍ୟ ରହିଛି,ଯାହା ସତେଜ ଫଳ ସହ ମିଶିବା ପରେ ପେଟରେ ବିଷ ସଦୃଶ ହୋଇଯାଏ। ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇ ଥାଏ। ଜାଣନ୍ତୁ କେଉଁ କେଉଁ ଫଳକୁ ଏକାଠି ଖାଇବେ ନାହିଁ…
ଅମୃତଭଣ୍ଡା ସହ ଲେମ୍ବୁ ରସ ମିଶାଇ ଖାଇବା କ୍ଷତିକାରକ ହୋଇଥାଏ। ସାଲାଡ ଖାଇବା ସମୟରେ ଏହି ୨ଟି ଫଳକୁ ଏକାଠି ଖାଆନ୍ତୁ ନାହିଁ। ଅମୃତଭଣ୍ଡା ସହ ଲେମ୍ବୁ ଖାଇବା ଦ୍ୱାରା ହିମୋଗ୍ଲୋବିନ୍‍ ସ୍ତର ହ୍ରାସ ପାଇଥାଏ। ସ୍ୱାସ୍ଥ୍ୟ ପାଇଁ କ୍ଷତି ହୋଇଥାଏ।
ଅଧିକାଂଶ ଲୋକଙ୍କୁ ଫଳ ଚାଟ୍‍ ବେଶ ପସନ୍ଦ। ଏଥିରେ ନିଶ୍ଚିତ ଭାବେ ପିଜୁଳି ଓ କଦଳୀ ମିଶ୍ରିତ ଭାବେ ରହିବା ସାଧାରଣ କଥା। ମାତ୍ର ଏହି ଦୁଇଟି ଫଳକୁ ଏକାଠି ଖାଇବା ଦ୍ୱାରା ବଦହଜମି, ବିଭିନ୍ନ ସଂକ୍ରମଣ ହେବା ସହ ଏସିଡିଟି, ମୁଣ୍ଡବିନ୍ଧା ଭଳି ସମସ୍ୟା ହୋଇଥାଏ।
ସପୁରୀ ସହ କ୍ଷୀର ମିଶାଇ ଅନେକ ପିଇଥାଆନ୍ତି। ଏହାକୁ ନେଇ ବିଭିନ୍ନ ଜିନିଷ ମଧ୍ୟ ପ୍ରସ୍ତୁତ କରାଯାଏ। ମାତ୍ର ଏହାକୁ ଏକାଠି ଖାଇବା ଉଚିତ ନୁହେଁ। ଏହାଦ୍ୱାରା ପେଟରେ ଯନ୍ତ୍ରଣା,ବଦହଜମି,ଏସିଡିଟି ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
ତରଭୂଜ ଖାଇବା ହେଉ ଅଥବା ଏହାର ଜୁସ୍‍ ପିଇବାକୁ ଅନେକ ପସନ୍ଦ କରିଥାଆନ୍ତି। ମାତ୍ର ଏହାକୁ ଖାଇବା ପରେ ପାଣି ଆଦୌ ପିଇବା ଉଚିତ ନୁହେଁ। ଏହି ଫଳକୁ ଖାଦ୍ୟ ଖାଇବା ମଝିରେ କିମ୍ବା ଫଳକୁ ଖାଇବା ସମୟରେ ପାଣି ପିଇବା ଦ୍ୱାରା ପାଚନ ଜନିତ ସମସ୍ୟା ହୋଇଥାଏ। ଫଳରୁ ସଠିକ ଭାବେ ପୋଷକ ତତ୍ତ୍ୱ ମିଳିପାରି ନଥାଏ। ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇବା ସହ ସଠିକ ଭାବେ ହଜମ ହୋଇପାରି ନଥାଏ। ଏସିଡିଟି ଭଳି ସମସ୍ୟା ସୃଷ୍ଟି ହୋଇଥାଏ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories