www.samajalive.in
Saturday, December 6, 2025
26.1 C
Bhubaneswar

ସୁବଳୟା ହାଇସ୍କୁଲ ପକ୍ଷରୁ ବନ ମହୋତ୍ସବ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ହାଇସ୍କୁଲ ପକ୍ଷରୁ ୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ପଟନାୟଙ୍କ ଅଧ୍ୟକ୍ଷତାରେ ଏକ ସଭାରରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ରମ୍ଭା ବନ୍ୟପ୍ରାଣୀ ଓ ବନାଞ୍ଚଳ ଅଧିକାରୀ ନରସିଂହ ବେହେରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ,ଗଞ୍ଜାମ ଜିଲ୍ଲା ଇକୋ କ୍ଳବ ସଂଯୋଜକ ଡ଼ଃ.ଶଙ୍କର ନାରାୟଣ ବେଜ,ପୂର୍ବତନ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାରଣା,ଅବସରପ୍ରାପ୍ତ ଆରକ୍ଷୀ ଅଧିକାରୀ ଗୋଲକ ଚନ୍ଦ୍ର ପଲାଇ ଯୋଗଦେଇଥିଲେ। ଅତିଥି ମାନେ ତାଙ୍କ ବକ୍ତବ୍ୟରେ ବର୍ତମାନ ପୃଥିବୀରେ ଦେଖାଦେଇଥିବା ପରିବେଶ ପ୍ରଦ୍ୟୁଷଣ,ଜଳବାୟୁ ପ୍ରଦ୍ୟୁଷଣ,ବିଶ୍ୱତାପନ ବୃଦ୍ଧି,ଏସିଡ ବର୍ଷା,ମୃତ୍ତିକା କ୍ଷୟ ଭଳି ସମସ୍ୟା ଉପରେ କହିଥିଲେ। ଏଥିରୁ ରକ୍ଷା ପାଇବା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ବାଳ ସଭା ସଂଯୋଜନା କରିଥିଲେ। ଅତିଥିମାନଙ୍କ ଦ୍ଵାରା ସ୍କୁଲ ପରିସରରେ ବିଭିନ୍ନ କିସମର ଚାରା ରୋପଣ କାରାଯାଇଥିଲା। ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗ୍ରାମ ପରିକ୍ରମା କରାଯାଇ ବୃକ୍ଷରୋପଣକୁ ନେଇ ଜନ ସଚେତନାତା ସୃଷ୍ଟି କରାଯାଇଥିଲା।
ପୂର୍ବରୁ ପରିବେଶ ସୁରକ୍ଷାରେ ବନ ମହୋତ୍ସବ ଭୂମିକାକୁ ନେଇ ବକୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଅନୁରାଗ ସାହୁ, ସିନିୟର କେ.ବଦ୍ରିନାରାୟଣ ରେଡିଙ୍କ ସହ ୭ ଜଣଙ୍କୁ ସମ୍ମାନିତ କରାଯାଇଥିଲା। ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏସ ଏମ୍ ସି ସଭାପତି ଦିଲିପ କୁମାର ବେହେରା ,ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବାରେ ସହଯୋଗ କରିଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories