www.samajalive.in
Saturday, December 6, 2025
19.1 C
Bhubaneswar

ଖାଲି ତେଲ ନୁହେଁ ପାଣିରେ ଛାଣନ୍ତୁ ପୁରି; ଆଶ୍ଚର୍ଯ୍ୟ କରିବ ଭିଡିଓ, ତିଆରି ନ କଲେ ବିଶ୍ୱାସ ହେବ ନାହିଁ..

ପ୍ରତ୍ୟେକ ପୂଜାପର୍ବ ଓ ବିଶେଷ ଉତ୍ସବ ସମୟରେ ଘରେ ଘରେ ପୁରି ପ୍ରସ୍ତୁତ କରାଯାଏ। ଫୁଲା ଫୁଲା ପୁରି ଦେଖିଲେ ହିଁ ଲୋକଙ୍କ ପେଟ ଅଧା ପୂରି ଯାଏ। ଏହା ପାଟିକୁ ସ୍ୱାଦିଷ୍ଟ ଲାଗିଥାଏ। ଅନେକ ସମୟରେ ଦରକାର ଠାରୁ ଅଧିକ ପୁରି ମଧ୍ୟ ଲୋକେ ଖାଇଥାଆନ୍ତି। ମାତ୍ର ତେଲରେ ଛଣା ହେବା କାରଣରୁ ଅନେକ ସମୟରେ ଏହା ସ୍ୱାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି କରିଥାଏ। ଏହାସହ ଛଣାଛଣି ଖାଦ୍ୟ ଅଧିକ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଗ୍ୟାଷ୍ଟ୍ରିକ୍‌‌ ଆଦି ହୋଇଥାଏ।ତେବେ ଅନେକ ସମୟରେ ମନରୁ ପ୍ରଶ୍ନ ଆସିଥାଏ, ପୁରି ତେଲ ବଦଳରେ ପାଣିରେ ଛଣା ହୋଇଥିଲେ,ଭଲ ହୁଅନ୍ତା। ତେବେ ଆପଣ ମଧ୍ୟ ଏପରି ଭାବୁଥିଲେ ଭିଡିଓ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ଭିଡିଓରେ ଦେଖାଯାଉଛି ପୁରି ତେଲ ନୁହେଁ ବରଂ ପାଣିରେ ଛାଣି ହେବ। ବିନା ତେଲରେ ପ୍ରସ୍ତୁତ ହେଉଥିବା ପୁରିର ଭିଡିଓ ଏବେ ଖୁବ୍‌‌ ଭାଇରାଲ ହେଉଛି। କିଛି ଲୋକେ ଏହାକୁ ପ୍ରସ୍ତୁତ କରିବାକୁ ଚେଷ୍ଟା କରି ହାର୍‌‌ ମାନିଛନ୍ତି। ଏଭଳି କି, ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ମଧ୍ୟ ନିଜେ ଘରେ ପାଣିରେ ପୁରି ଛାଣୁଥିବା ଭିଡିଓ ଭାଇରାଲ୍‌‌ ହେଉଛି।

ଜାଣନ୍ତୁ କିଭଳି ଭାବେ ପାଣିରେ ତିଆରି ପୁରି ପ୍ରସ୍ତୁତ କରିବେ..
ସର୍ବପ୍ରଥମେ ଗହମ ଅଟା ନିଅନ୍ତୁ। ଏଥିରେ ସାମାନ୍ୟ ଜୁଆଣି ଓ ଏକ ଚାମଚ ତେଲ, ଲୁଣକୁ ଭଲ ଭାବେ ମିଶାନ୍ତୁ। ବର୍ତ୍ତମାନ ଭଲ ଭାବେ ଏହାକୁ ଚକଟି ରଖନ୍ତୁ।
୫ ମିନିଟ୍‌‌ ପାଇଁ ଅଟା ଚକଟାକୁ ଘୋଡାଇ ରଖନ୍ତୁ।
ଏହାପରେ ଗ୍ୟାସରେ କଡେଇ ବସାଇ ପାଣିକୁ ଭଲ ଭାବେ ଗରମ କରନ୍ତୁ। ପାଣିରେ ଜୋରରେ ଗରମ ହୋଇଗଲେ, ବେଲଣା ପେଡିରେ ହାଲ୍‌‌କା ତେଲ ଲଗାଇ ପୁରି ବେଲନ୍ତୁ। ବେଲିବା ସମୟରେ ଅଧିକ ଅଟା ବ୍ୟବହାର କରନ୍ତୁ ନାହିଁ।
ଖୁବ୍‌‌ ଜୋରରେ ପାଣି ଗରମ ହେବା ପରେ ଏଥିରେ ବେଲିଥିବା ପୁରିକୁ ପକାଇ ଛାଣନ୍ତୁ। ପାଣିରୁ କାଢିବା ପରେ ଏହାକୁ ଏୟାର ଫ୍ରାଏର୍‌‌ରେ କିଛି ସମୟ ରଖନ୍ତୁ। କିଛି ସମୟ ରଖିବା ପରେ ଏହାକୁ କାଢି ଖାଆନ୍ତୁ।

- Advertisement -

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories