www.samajalive.in
Saturday, December 6, 2025
15.1 C
Bhubaneswar

ଶୁକ୍ରବାର ରାଶିଫଳ ୧୭। ୦୭। ୨୦୨୦

ମେଷ: କାର୍ଯ୍ୟ ବିଳମ୍ବିତ ହୋଇପାରେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିବାର ସମ୍ଭାବନା ଅଛି। ପରିଶ୍ରମର ମୂଲ୍ୟ ମିଳିବ। ନୀତିବାଦୀ ହେବେ। ରସିକ ସ୍ବଭାବର ହେବେ। ପରଧନରେ ଧନୀ ହେବେ।
ବୃଷ: ରୋଜଗାର ଉଣା ହେବ ନାହିଁ। ବନ୍ଧୁ ବା ସରକାରୀ ସୂତ୍ରରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। କର୍ମଚଞ୍ଚଳ ରହିବେ। ଧାର୍ମିକ ହେବେ। ଚିନ୍ତାଧାରା ମହତ ହେବ।
ମିଥୁନ: ସୁଯୋଗର ସଦ୍‌ବ୍ୟବହାର କରିବାକୁ ହେଲେ ପ୍ରଥମେ ତ୍ରୁଟି ସଂଶୋଧନ କରିବାକୁ ପଡ଼ିବ। ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜିବା ବୁଦ୍ଧିମାନର କାର୍ଯ୍ୟ ହେବ। ଖର୍ଚ୍ଚାନ୍ତ ହେବେ। ଶାନ୍ତ, ମେଧାବୀ ଓ ଜିତେନ୍ଦ୍ରିୟ ହେବେ।
କର୍କଟ: ମନ ପ୍ରସନ୍ନ ରହିବ। ସୁସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ସୁଖ ମିଳିବ। ସନ୍ମାର୍ଗୀ ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତିର ସୁଯୋଗ ଅଛି।
ସିଂହ: ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ କରିବେ। ଶୁଭଖବର ପାଇ ପ୍ରଫୁଲ୍ଲିତ ହେବେ। କର୍ମକ୍ଷେତ୍ର ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
କନ୍ୟା: ଭଲ-ମନ୍ଦ ମିଶ୍ରିତ ଫଳ ମିଳିପାରେ। କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ; ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। କର୍ମାନୁରକ୍ତ ହେବେ। ଘାତଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ତୁଳା: ସାମାନ୍ୟ କିଛି ଧନଲାଭ ହୋଇପାରେ। ଧନକ୍ଷୟ ହେବାର ସୂଚନା ମିଳୁଛି। ପୁତ୍ର ସୁଖ ମିଳିପାରେ। ପରୋପକାରୀ ହେବେ। ମନରେ ଭୟର ସଞ୍ଚାର ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।
ବିଛା: ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ସୁଖାଦ୍ୟ ମିଳିବ। ଆନନ୍ଦ ଉପଭୋଗ କରିବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନରେ ସତର୍କ ରହିବେ।
ଧନୁ: ହାତଛଡ଼ା ହୋଇଥିବା କାର୍ଯ୍ୟକୁ କରାୟତ୍ତ କରିବାରେ ପାରଙ୍ଗମ ହେବେ। ଶତ୍ରୁକୁ ପରାଜିତ କରି ମାନସିକ ସ୍ତରରେ ଶାନ୍ତିଲାଭ କରିବେ। ଶୁଭଖବର ମିଳିବ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିପାରନ୍ତି।
ମକର: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଆଇନରେ ଅଧିକ ଜ୍ଞାନ ଅର୍ଜନ ପାଇଁ ଅଧ୍ୟୟନରତ ହେବେ। ସୁସମ୍ବାଦ ଶୁଣି ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସ୍ତରରୁ ଅଧିକ ଅର୍ଥ ପ୍ରାପ୍ତ ହେବେ।
କୁମ୍ଭ: ତ୍ୟାଗପୂତ ମନୋଭାବଯୁକ୍ତ ତଥା ନୀତିନିଷ୍ଠ ହେବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଅର୍ଜିତ ଧନ ହସ୍ତଗତ ହେବ। ସୁଭାଷୀ ଓ ସୁବିଦ୍ୟାବାନ୍‌ ହେବେ। କର୍ମଚଞ୍ଚଳ ରହିବେ।
ମୀନ: ଶୁଭଯୋଗ ଅଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭ କାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି। ଦେବଦର୍ଶନ ଲାଭର ସୁଯୋଗ ଅଛି। ସରକାରୀ ସ୍ତରରୁ ସୁବିଧା, ସୁଯୋଗ ହାସଲ କରିବାରେ ସକ୍ଷମ ହେବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories