ଶୁକ୍ରବାର ରାଶିଫଳ

ମେଷ: ଆୟ ଆଶାନୁରୂପ ହେବ। ବିଚାର ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। ଶତ୍ରୁ ଉପରେ ବିଜୟ ହାସଲ କରିବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ସନ୍ତୁଷ୍ଟ ହେବେ।
ବୃଷ: ଧାର୍ମିକ ଚିନ୍ତାଧାରା ଲାଭପ୍ରଦ ହେବ। କର୍ତ୍ତବ୍ୟ ନିଷ୍ଠା ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବ। କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ। ଯାନବାହନ ସୁଖ ମିଳିବ। ବିନୀତ ସ୍ଵଭାଵର ହେବେ। ପତ୍ନୀଙ୍କ ଧନରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିପାରନ୍ତି।
ମିଥୁନ: ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି। ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ପାରିବାରିକ ସୁଖ ମିଳିବ। ବ୍ୟବସାୟ ଲାଭଜନକ ହେବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଶଂସା ମିଳିବ।
କର୍କଟ: ସତର୍କତା ଆପଣଙ୍କ ପାଇଁ ସୁରକ୍ଷା କବଚ ହେବ। ତ୍ୟାଗପୁତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ନୀତିନିଷ୍ଠ ହେବେ। ବିବିଧ ଧନର ଅଧିକାରୀ ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତିସୁଖୀ ହେବେ। କୀର୍ତ୍ତିମାନ୍‌ ହେବା ଆଶା କରାଯାଏ। ସହିଷ୍ଣୁ ହେବେ।
ସିଂହ: ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଶୁଭଙ୍କର ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁ ସାହାଯ୍ୟ ପାଇ ଉପକୃତ ହେବେ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ଜୁଟିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କନ୍ୟା: ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାରୁ ଆର୍ଥିକ କଷ୍ଟ ଅନୁଭବ କରିପାରନ୍ତି। ହସଖୁସିରେ ସମୟ ବିତାଇବେ। ଗୋଷ୍ଠୀ, ନଗର କିମ୍ବା ଗ୍ରାମର ଅଧିପତି ହେବେ। ଦଣ୍ଡଦାତା ମଧ୍ୟ ହେବେ। ମନ୍ତ୍ରଣା ଶକ୍ତି ଯୁକ୍ତ ହେବେ। ସନ୍‌ମାର୍ଗୀ ହେବେ। ଗୁଣବାନ୍‌ ହେବେ। ଶତ୍ରୁ ବିଜୟୀ ହେବେ।
ତୁଳା: ପଡ଼ୋଶୀଙ୍କ ପାଇଁ ଲାଭବାନ୍‍ ହୋଇପାରନ୍ତି। ଆୟ ପରିମାଣ ବୃଦ୍ଧି ପାଇବ। ଯଶସ୍ୱୀ ହେବେ। ଲୋକମାନଙ୍କର ବିଶ୍ୱାସ ଭାଜନ ହୋଇପାରନ୍ତି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ସୁଖ ମିଳିବ।
ବିଛା: ସୁଖ-ସନ୍ତୋଷ ମିଳିବ। ଶ୍ରମ ସାର୍ଥକ ହେବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଅର୍ଥ ସଞ୍ଚୟ କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସୁଖ-ସମ୍ଭୋଗ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବହୁବିଧ ଧନ ମିଳିବ।
ଧନୁ: କାର୍ଯ୍ୟରେ ସଫଳତା ମିଳିବ। ସମ୍ମାନିତ ହୋଇପାରନ୍ତି। ଅତ୍ୟଧିକ ପରିଶ୍ରମ ଯୋଗୁଁ ସାମୟିକ ବିଶ୍ରାମ ଗ୍ରହଣ କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ସମଗ୍ର ପରିବାର ସହିତ ନିଜେ ଖୁସି ମନେଇ ପାରନ୍ତି। ସମୃଦ୍ଧିର ମୂଳଦୁଆ ପକାଇ ଆଶ୍ୱସ୍ତ ହେବେ।
ମକର: ଦକ୍ଷତାର ସଦୁପଯୋଗ କରିପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେତୁ ପ୍ରତି ପଦପାତରେ ସତର୍କତା ଅବଲମ୍ବନ କରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ହାତେ ମାପି ଚାଖଣ୍ଡେ ଚାଲନ୍ତୁ।
କୁମ୍ଭ: ଆବଶ୍ୟକ ପଡୁଥିବାରୁ ଅର୍ଥ ବିନିଯୋଗ କରିପାରନ୍ତି। ବନ୍ଧୁ ସହଯୋଗ ପାଇ କାର୍ଯ୍ୟରେ ଆଗକୁ ବଢ଼ି ପାରିବେ। କର୍ମକ୍ଷେତ୍ରରେ ପ୍ରଭୂତ ଉନ୍ନତି ଘଟାଇ ପାରନ୍ତି। ଆପଣଙ୍କ କର୍ମ ପ୍ରବଣତା ଶତ୍ରୁ ଓ ସମାଲୋଚକଙ୍କୁ ମୁହଁ ବନ୍ଧ କରିପାରେ।
ମୀନ: ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିବେ। କାର୍ଯ୍ୟ କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବେ। ନୈତିକତା ବୃଦ୍ଧି ହେବ। ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। ଉତ୍ତମ ଗୁଣର ଆଧାର ହେବେ। ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରନ୍ତି। ନୀତିଯୁକ୍ତ ଓ ବିନୀତ ହୋଇ ପାରନ୍ତି।

Comments are closed.