ଶୁକ୍ରବାର ରାଶିଫଳ

0

ମେଷ: ସାମାନ୍ୟ ଘଟଣାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ଉପୁଜିପାରେ। ଅସୁସ୍ଥତା ଅନୁଭବ କରିପାରନ୍ତି। ମନ୍ତ୍ରଣାଦାତା ହେବେ। ଶିଳ୍ପ ପାରଦର୍ଶୀ ହୋଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। ସାମାନ୍ୟ ଅର୍ଥ ମିଳିବ।
ବୃଷ: ବିବାଦୀୟ କ୍ଷେତ୍ରରେ ବିଜୟ ହାସଲ କରିବେ। ମନରେ ପ୍ରସନ୍ନ ଭାବ ଦେଖାଦେଇ ପାରେ। ସ୍ୱର୍ଣ୍ଣାଦି ଲାଭର ସୂଚନା ମିଳୁଛି। ବନ୍ଧୁ ସହଯୋଗ ପାଇ ଉପକୃତ ହେବେ। ନୃତ୍ୟ ସଙ୍ଗୀତ ପ୍ରିୟ ଓ ଉପଯୁକ୍ତ କର୍ମାନୁରକ୍ତ ହେବେ।
ମିଥୁନ: ପିଲାମାନଙ୍କ ମେଳରେ ସମୟ ଅତିବାହିତ କରିପାରନ୍ତି। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ଶ୍ରେଷ୍ଠ ମାନ୍ୟତା ମିଳିବ। ପୁତ୍ର ସୁଖ ମିଳିପାରେ। ପରୋପକାରୀ ହେବେ। ବିଖ୍ୟାତ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜନ କରିବେ।
କର୍କଟ: ଅଟକି ଥିବା କାର୍ଯ୍ୟକୁ ଆଗକୁ ବଢ଼ାଇ ପାରନ୍ତି। ଲେଖାପଢ଼ା ଉନ୍ନତମାନର ହେବ। ଚଞ୍ଚଳ ପ୍ରକୃତିର ହେବେ। ସ୍ୱଳ୍ପ ପରିମାଣର ଅର୍ଥ ହଠାତ୍‌ ମିଳିପାରେ। ପୁତ୍ର ସୁଖରେ ସୁଖୀ ହେବେ। ସୌଭାଗ୍ୟ ସମ୍ମାନ ସବୁ କିଛି ପାଇବେ।
ସିଂହ: ଅତିଥି ପରାୟଣ ହେବେ। ତୀର୍ଥ ଯାତ୍ରାଦି ଶୁଭକର୍ମରେ ଧନବ୍ୟୟ କରିପାରନ୍ତି। ହର୍ଷଯୁକ୍ତ ବିଶୁଦ୍ଧ ଭାଷୀ ଓ କ୍ରୋଧହୀନ ହେବେ। ଆପଣା ଅଞ୍ଚଳରେ କେହି ନ ପଚାରିଲେ ବି ଅନ୍ୟତ୍ର ସମ୍ମାନିତ ଓ ପୂଜ୍ୟ ହେବେ। କୃଷିରୁ ଆୟ ହେବ।
କନ୍ୟା: ଯାତ୍ରା କାଳୀନ ସଫଳତା ମିଳିବ। ପ୍ରତିଯୋଗିତାରେ ବିଜୟୀ ହେବେ। ପ୍ରତ୍ୟେକ ସ୍ଥାନରେ ସମ୍ମାନିତ ହେବେ। ବ୍ୟବସାୟ ଲାଭଜନକ ହେବ। ଉପୁଜି ଥିବା ବିବାଦର ସମାଧାନ ହେବ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ପଦବୀ ମିଳିବ।
ତୁଳା: ଅସାମାଜିକ ବ୍ୟକ୍ତିଙ୍କ ଉପରେ ଘୃଣାଭାବ ଆସିପାରେ। ଶାସ୍ତ୍ରପଟୁ, ପୁଣ୍ୟଦେହୀ, ସୁବର୍ଣ୍ଣାଦିଯୁକ୍ତ ସୁନ୍ଦର ବପୁଯୁକ୍ତ ଓ ରାଜବଂଶ ପୂଜିତ ହୋଇପାରନ୍ତି। ପ୍ରଭାବ ଶାଳୀ ହୋଇପାରନ୍ତି। ଶ୍ରେଷ୍ଠ ପଦରେ ରହି ଶତ୍ରୁ ବିଜୟୀ ହୋଇପାରନ୍ତି।
ବିଛା: ଦେବ ଦର୍ଶନ କରି ଆତ୍ମ ତୃପ୍ତି ଲାଭ କରିପାରନ୍ତି। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସିତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ଚତୁର ଓ ଅପାର ଗୁଣର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ।
ଧନୁ: ଖସାଲଡୁ ଖାଇ ଯାତ୍ରା କଲେ ସର୍ବଶୁଭ ହେବ। ଆଜି ଦିନଟି ଖୁବ୍‌ ସାବଧାନତାର ସହ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ବିବାଦୀୟ ବିତର୍କରେ ଭାଗନେଇ ଚୁପ୍‌ ରହିବା ଭଲ। ସ୍ୱାଭିମାନୀ ହେବେ।
ମକର: କର୍ମକ୍ଷେତ୍ରରେ ହୁସିଆର ନରହିଲେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ। ମୂଲ୍ୟବାନ ଦ୍ରବ୍ୟଲାଭର ସୂଚନା ମିଳୁଛି। ସରକାରୀ ସ୍ତରରୁ ଲାଭବାନ୍‌ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଜନପ୍ରିୟ ହେବ। ଅସାଧ୍ୟ ସାଧନ କରିବେ।
କୁମ୍ଭ: ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରି ପାରନ୍ତି। ଆପଣଙ୍କ ଉପରେ ସରକାରଙ୍କ କୃପା ଦୃଷ୍ଟି ରହିଛି। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରି ପ୍ରଶଂସାର ପାତ୍ର ହେବେ। ଉପୁଜି ଥିବା ସମସ୍ୟାର ସମାଧାନ ପାଇଁ ମାର୍ଗ ଦର୍ଶକ ହେବେ। ସୁଖ ମିଳିବ।
ମୀନ: ରାଶି ଲଡୁ ଖାଇ ଯାତ୍ରା କଲେ ସଫଳତା ମିଳିବ। ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଗୁପ୍ତ ବିଦ୍ୟାପ୍ରତି ରୁଚି ରହିବ। ଭାଗ୍ୟବାନ ହେବା ଆଶା କରାଯାଏ।

Leave A Reply