ଶୁକ୍ରବାର ରାଶିଫଳ: ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତି ସହ କାର୍ଯ୍ୟରେ ସଫଳତା, ଏହି ରାଶିର ଲୋକଙ୍କର ବହୁତ ଶୁଭ

ମେଷ- ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିବାକୁ ପଡ଼ିବ। ନିରାଶାର ଅନ୍ଧକାର ମଧ୍ୟ ଦେଇ ଗତି କରିପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ଲାଭ ମିଳିବ। ସୁସ୍ଥ ରହିବେ।

ବୃଷ- ଜଣେ ସମାଜସେବୀଭାବେ ଜନସାଧାରଣଙ୍କ ସମ୍ମାନନୀୟ ହୋଇପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ସତ୍‌ପରାୟଣ ହେବେ।

ମିଥୁନ- ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ମିଳିବ। କରିତ୍‌କର୍ମା ହେବେ।

କର୍କଟ- ଉପୁଜିଥିବା ସଙ୍କଟ ଦୂର ହୋଇପାରେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ବ୍ୟବସାୟ ପୁସ୍ତିକା ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ।

ସିଂହ- ଧନ କ୍ଷୟ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମନ ବିଷାଦଗ୍ରସ୍ତ ହୋଇପାରେ। ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ବିଶ୍ରାମ ନେଇପାରନ୍ତି। ପାଣ୍ଡିତ୍ୟ ଅର୍ଜନ କରିବେ। ଧର୍ମପ୍ରିୟ ହେବେ।

କନ୍ୟା- ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଠାକୁରଙ୍କ ଦର୍ଶନ ପାଇ ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ଆଶା ଫଳବତୀ ହେବ। ସଫଳତା ପାଇବେ।

ତୁଳା- କୃଷି କର୍ମରୁ ବିଶେଷ ଉପକୃତ ହେବେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ଯୁଦ୍ଧକ୍ଷେତ୍ରରେ ପାରଙ୍ଗମ ହେବେ। ସଦାସର୍ବଦା ହାସ୍ୟ ମୁଖର ହେବେ। ଧର୍ମ କୀର୍ତ୍ତନରୁ ସୁଖପ୍ରାପ୍ତ ହେବେ। ସୁସ୍ଥ ଜୀବନ ବିତାଇବେ।

ବିଛା- ପ୍ରତ୍ୟେକ କ୍ଷେତ୍ରରେ, କାର୍ଯ୍ୟରେ, ଯୁକ୍ତିତର୍କରେ, ପ୍ରତିଯୋଗିତାରେ ଓ କର୍ମକ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିପାରନ୍ତି। ସଂସ୍ଥା ପରିଚାଳନାରେ ନିଜର ପାରଦର୍ଶିତା ପ୍ରତିପାଦନ କରି ସମସ୍ତଙ୍କ ପ୍ରିୟପାତ୍ର ହେବେ।

ଧନୁ- ସ୍ଥିର ସମ୍ପତ୍ତିରୁ ଧନ ପ୍ରାପ୍ତ ହୋଇପାରନ୍ତି। ଚତୁଷ୍ପଦ ଜାତି ପ୍ରାଣୀଙ୍କୁ ପାଳି, ପୋଷି, ଧନ ଅର୍ଜନ କରିପାରନ୍ତି। ଯଶସ୍ବୀ କାର୍ଯ୍ୟ ଧନ ଅର୍ଜନର କାରଣ ହୋଇପାରେ। ଧର୍ମ କାର୍ଯ୍ୟ କରି ଧନ ଅର୍ଜନ କରିପାରନ୍ତି।

ମକର- ଗୁରୁ ଓ ବନ୍ଧୁବାନ୍ଧବଙ୍କ ମନକୁ ଭୁଲାଇବା ପାଇଁ ଯେଉଁ ସ୍ନେହ ପ୍ରଦର୍ଶନ କରିବେ ସେଥିରେ କିଛିଟା ସ୍ବାର୍ଥ ଓ କପଟ ସ୍ବଭାବ ରହିବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି।

କୁମ୍ଭ- ଦେବ-ବ୍ରାହ୍ମଣ ପ୍ରିୟ ହୋଇପାରନ୍ତି। ସିଦ୍ଧ, ସାଧୁ ଓ ତପସ୍ବୀମାନଙ୍କର ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଉପାଦେୟ ପୁସ୍ତକ, ପୁରାତନ ଇତିହାସ ଓ ଶାସ୍ତ୍ରାଦି ଅଭ୍ୟାସ ପାଇଁ ଧନ ବ୍ୟୟ କରିବେ।

ମୀନ- ବହୁ ପ୍ରକାର ଲାଭଯୁକ୍ତ ହେବେ। ମିତ୍ରଠାରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ସ୍ତରରୁ ସମ୍ମାନ ସ୍ବରୂପ ପଦ ପଦବୀରେ ଭୂଷିତ ହୋଇପାରନ୍ତି। ଶୁଦ୍ଧ ବାକ୍ୟ ବିନିମୟ ଓ କଥାର ବୈଚିତ୍ର୍ୟରୁ ଧନପ୍ରାପ୍ତ ହେବେ।

Comments are closed.